Tuesday, November 17, 2026
Home ଆଞ୍ଚଳିକ ଭାରତକୁ ମିଳିଲା ଆଉ ୩ଟି ରାଫେଲ୍ ଯୁଦ୍ଧ ବିମାନ

ଭାରତକୁ ମିଳିଲା ଆଉ ୩ଟି ରାଫେଲ୍ ଯୁଦ୍ଧ ବିମାନ

9

୨୨/୦୭/୨୧ (ଜିଲ୍ଲା ଖବର) : ଭାରତକୁ ମିଳିଲା ଆଉ ୩ଟି ରାଫେଲ୍ ଯୁଦ୍ଧ ବିମାନ।  ବୁଧବାର ସଂଧ୍ୟା ସମୟରେ ୩ ଟି ରାଫେଲ ଭାରତରେ ପହଁଚିଥିବାର ଜଣାପଡ଼ିଛି । ଫ୍ରାନ୍ସରୁ ନନ୍ ଷ୍ଟପ୍ ୮ ହଜାର କିମି ଆକାଶ ପଥ ପାର ହୋଇ ଭାରତରେ ପହଁଚିଛି ୩ ଟି ଯାକ ଫାଇଟର୍ ଜେଟ୍।

ଏହା ଦ୍ବାରା ବୃଦ୍ଧିପାଇଛି ଭାରତୀୟ ବାୟୂସେନା ତଥା ପ୍ରତୀରକ୍ଷା ବିଭାଗର ଶକ୍ତି। ଫ୍ରାନ୍ସରୁ ଯାତ୍ରା ଆରମ୍ଭ କରିବା ପରେ ୟୂନାଇଟେଡ୍ ଆରବ ଏମିରେଟସର ଆକାଶ ପଥରେ ଇନ୍ଧନ ଭରା ଯାଇଥିଲା ଯେଉଁଥିପାଇଁ ବିମାନକୁ ତଳକୁ ଓହ୍ଲାଇବାକୁ ପଡ଼େନାହିଁ।

 ଏ ବିଷୟରେ ଟ୍ବିଟ୍ ଯୋଗେ ସୁଚନା ଦେଇଛି ଭାରତୀୟ ବାୟୂସେନା। ମୋଟ ୩୬ ଟି ମଧ୍ୟରୁ ଏ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ୨୩ ରାଫେଲ ଭାରତକୁ ମିଳି ସାରିଲାଣି। ଆଗକୁ ଅନ୍ୟଗୁଡ଼ିକ ପହଁଚିବ ବୋଲି ଜଣାପଡ଼ିଛି।