Thursday, October 15, 2026
Home ଆଞ୍ଚଳିକ ରଥାରୁଢ଼ ଶ୍ରୀବିଗ୍ରହଙ୍କୁ ଲାଗି ହେବ ଅଧରପଣା

ରଥାରୁଢ଼ ଶ୍ରୀବିଗ୍ରହଙ୍କୁ ଲାଗି ହେବ ଅଧରପଣା

8

ପୁରୀ,୨୨/୦୭/୨୧ (ଜିଲ୍ଲା ଖବର) :  ଆଜି ରଥ ଉପରେ ତିନି ଠାକୁରଙ୍କ ଅଧର ପଣା ନୀତି । ରଥାରୁଢ଼ ଶ୍ରୀବିଗ୍ରହଙ୍କୁ ଲାଗି ହେବ ଅଧରପଣା । ଏହି ନୀତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସିଂହାସନରେ ବିରାଜିତ ଶ୍ରୀବିଗ୍ରହଙ୍କ ଅଧର ଉଚ୍ଚର ହାଣ୍ଡି ପ୍ରସ୍ତୁତ ହୋଇଛି ।

ବିଧି ମୁତାବକ ତିନି ରଥରେ ମୋଟ ୯ଟି ମାଟି ପାତ୍ରରେ ପଣା ଭୋଗ ହେବ । ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣି ଆସିବା ପରେ ପ୍ରସ୍ତୁତ ହେବ ପଣା । କ୍ଷୀର, ସର, କଦଳୀ, ଛେନା, ଗୋଲମରିଚ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ ହେବ । ଏହି ପଣା ଶ୍ରୀଜିଉଙ୍କଠାରେ ଭୋଗ ଲାଗି ହେବା ପରେ ରଥ ଉପରେ ହାଣ୍ଡିକୁ ଭଙ୍ଗାଯିବ । ବିଶ୍ୱାସ ରହିଛି ଅଶରିରୀମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ପଣା ହାଣ୍ଡି ଭଙ୍ଗା ଯାଇଥାଏ ।