Sunday, November 15, 2026
Home ଆଞ୍ଚଳିକ କରୀନାଙ୍କ କମବ୍ୟାକ୍

କରୀନାଙ୍କ କମବ୍ୟାକ୍

17

ନୂଆଦିଲ୍ଲୀ, ୨୨/୦୭/୨୧ (ଜିଲ୍ଲା ଖବର) : ଦ୍ବିତୀୟ ସନ୍ତାନର ମା’ ହେବା ପରେ ଆଡ୍ ସୁଟରେ ନଜର ଆସିଲେ ବଲିଉଡ ଅଭିନେତ୍ରୀ କରୀନା କପୁର । ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ତାଙ୍କର ଏହି ଆଡ ସୁଟର ଫଟୋ । ଏଥିରେ ସେ ଏକ ମଷ୍ଟର୍ଡ ୟେଲୋ କଲର ଅନାରକଲି ସୁଟ ନଜର ଆସୁଛନ୍ତି । ଏହି ସୁଟ୍ ତାଙ୍କର ଡିଜାଇନ କରିଛନ୍ତି ରିଧି ମେହେରା । ଏମିତିରେ ଆଡ୍ ସୁଟ୍ ପାଇଁ ସେଲିବ୍ରିଟିଙ୍କୁ ଦାମୀ ପୋଷାକରେ ଦେଖିବାକୁ ମିଳିଥାଏ । ତେବେ କରିନାଙ୍କ ଏହି ସୁଟ୍ ଟିକେ ମହଙ୍ଗା ହୋଇଛି। ରିଧି ମେହେରାଙ୍କ ୱେବସାଇଟରେ ଏହି ଅନାରକଲି ସୁଟ୍ର ଦାମ୍ ଲକ୍ଷେ ୪୮ ହଜାର ଟଙ୍କା।

ତେବେ ଏହି ଫଟୋରେ କେବଳ କରୀନା କପୁର ନଜର ଆସୁନାହାଁନ୍ତି ବରଂ ତାଙ୍କ ସହିତ  ଅଭିନେତା ଅନିଲ କପୁର ମଧ୍ୟ ଏକ କ୍ରୀମ କଲର ସେରଓ୍ବାନୀରେ ନଜର ଆସୁଛନ୍ତି । ସୋସିଆଲ ମିଡିଆରେ କରୀନାଙ୍କ ସହ ଫଟୋ ସେୟାର କରି ଅନିଲ କପୁର ଲେଖିଛନ୍ତି ଯେ, ‘ଫଟୋ ଉଠାଇବା ପାଇଁ ସବୁବେଳେ ପ୍ରସ୍ତୁତ।