Sunday, November 15, 2026
Home ଆଞ୍ଚଳିକ ପୁଣି 67 ଜୀବନ ନେଇଛି କରୋନା, ଖୋର୍ଦ୍ଧାରୁ ସର୍ବାଧିକ

ପୁଣି 67 ଜୀବନ ନେଇଛି କରୋନା, ଖୋର୍ଦ୍ଧାରୁ ସର୍ବାଧିକ

9

ଭୁବନେଶ୍ୱର,୨୨/୦୭/୨୧ (ଜିଲ୍ଲା ଖବର) :  ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ । ପୁଣି 67 ଜୀବନ ନେଇଛି କରୋନା । ଏଥିରେ ଖୋର୍ଦ୍ଧାରୁ ସର୍ବାଧିକ 20 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ନବରଙ୍ଗପୁରରୁ 6, ପୁରୀ ଓ ରାୟଗଡ଼ାରୁ 5 ଜଣ ଲେଖାଏଁ ମୃତକ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା 5 ହଜାର 308ରେ ପହଁଚିଛି ।

 ସେପଟେ ରାଜ୍ୟରେ 24 ଘଣ୍ଟାରେ 1 ହଜାର 948 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ଖୋର୍ଦ୍ଧାରୁ ସର୍ବାଧିକ 480, କଟକରୁ 279, ଯାଜପୁରରୁ 115, ଜଗତସିଂହପୁର 113 ଓ କେନ୍ଦ୍ରାପଡ଼ାରୁ 112 ଜଣ ଆକ୍ରାନ୍ତ ରହିଛନ୍ତି ।