
୨୨/୦୭/୨୧ (ଜିଲ୍ଲା ଖବର) : ରାସ୍ତା ନିର୍ମାଣରେ ରେକର୍ଡ କଲା ଭାରତ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ମାତ୍ର ୨୪ ଘଣ୍ଟା ମଧ୍ୟରେ ୪ ଲେନ ବିଶିଷ୍ଟ ଅଢ଼େଇ କିଲୋମିଟର ରାସ୍ତା ଏବଂ ୨୧ ଘଣ୍ଟା ମଧ୍ୟରେ ୨୬ କିଲୋମିଟରର ସିଙ୍ଗିଲ ଲେନ ରାସ୍ତା ର୍ନିମାଣ କରି ବିଶ୍ୱ ରେକର୍ଡ କରିଛି ଭାରତ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଦେଶରେ ମହାମାରୀ ପ୍ରତିବନ୍ଧକ ମଧ୍ୟରେ ରାଜପଥ ନିର୍ମାଣରେ ତୀବ୍ର ବୃଦ୍ଧି ଘଟିଛି । ୨୦୨୦-୨୧ ମସିହାରେ ରାଜପଥ ନିର୍ମାଣ ବେଗ ଦିନକୁ ୩୬.୫ କିଲୋମିଟରରେ ପହଞ୍ଚିଛି । ନିର୍ମାଣର ଏହି ଗତି ବଜାୟ ରଖିବା ପାଇଁ ବିଶେଷ ଉଦ୍ୟମ କରାଯାଉଥିବା କହିଛନ୍ତି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ।
ଏହି ପ୍ରକଳ୍ପ ଗୁଡ଼ିକରେ ଗୁଣବତ୍ତା ନିୟନ୍ତ୍ରଣ ନିଶ୍ଚିତ କରିବାକୁ ନିର୍ଦେଶନାମା ଜାରି ହୋଇଥିବା ବେଳେ ଗୁଣାତ୍ମକ ନିୟନ୍ତ୍ରଣ ଜୋନ ମଧ୍ୟ ଗଠନ ହୋଇଛି । ଏପ୍ରିଲରୁ ଜୁନ ମଧ୍ୟରେ ୨,୨୮୪ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଥିଲା । ଯାହା ପୂର୍ବ ବର୍ଷ ତୁଳନାରେ ୨୫.୨୮ ପ୍ରତିଶତ ଅଧିକ ।


