Sunday, November 15, 2026
Home ଆଞ୍ଚଳିକ ଗୋଟିଏ ଗ୍ରାମ କୁ ଦୁଇଟି ପୋଲ

ଗୋଟିଏ ଗ୍ରାମ କୁ ଦୁଇଟି ପୋଲ

52

ବିଷମକଟକ,୨୧/୭(ଜିଲ୍ଲା ଖବର) ଆଦିମ ଜାତି , ଜନଜାତି ଓ ପଛୁଆ ଜିଲ୍ଲାର ଭିତିଭୂମିର ବିକାଶ ସହିତ ସ୍ଥାନୀୟ ଉପାନ୍ତ ଅଞ୍ଚଳ ଗୁଡିକ ରେ ବସବାସ କରୁଥିବା ନୀରିହ ଆଦିବାସୀ ଙ୍କ ଠାରେ ମୈଳିକ ସମସ୍ୟା ପହଞ୍ଚାଇ ପାରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଜନ ସାଧାରଣ ମାନଙ୍କ ହିତ ପାଇଁ ମାଳ ମାଳ ଯୋଜନା କରିଛନ୍ତି।ହେଲେ ଏନ୍ ଆର ଇଯିଏସ୍ ମାଧ୍ୟମରେ ଅଧା ପନ୍ଥିୟା ପୋଲ କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ସଫଲ ରୂପାୟନର ହିସାବ ଦାଖଲ ରେ ବେଶ୍ ପାରଙ୍ଗମ।ବିଷମକଟକ ବ୍କକ୍ ଅନ୍ତର୍ଗତ ହାଟମୁନିଗୁଡା ପଚାୟତର ସାନଧାଣ୍ଡ ରା ଗ୍ରାମରେ ଆରଡି ତରଫରୁ ନିର୍ମାଣ କରାଯାଇଥିବା ପୋଲ । ସେହି ପାଶ୍ୱରେ ହାଟମୁନିଗୁଡା ପଚାୟତ ତରଫରୁ ଏନ୍ ଆର ଇ ଜିଏ୍ ମାଧ୍ୟମରେ ନିର୍ମାଣ କରାଯାଇଥିଲା ପୋଲ କାର୍ଯ୍ୟ। ହେଲେ
ଅର୍ଦ୍ଧ ନିର୍ମିତ ପୋଲ କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ହଢପ୍ ୨୫-୧-୨୦୨୦ରୁ ୩୧-୧-୨୦୨୦ ତାରିଖରେ “ଏମ୍ ଆର ” ମାଧ୍ୟମରେ କିପରି ୬୦୦୦୦ ଟଙ୍କା ଉଠାଣ କରାଯାଇଛି ଏବଂ ସେହି ସମୟରେ ପୋଲ ର ନିର୍ମାଣ କାର୍ଯ୍ୟବନ୍ଦ ଥିଲା।ବିଷମକଟକ ତାରିଣୀ ମନ୍ଦିର ସମୁଖରେ ଏକ ପ୍ରାଇବେଟ ଜାଗାରେ ୯ ଲକ୍ଷ ଟଙ୍କା ର ଏନ୍ ଆର ଇଜିଏସ୍ ମାଧ୍ୟମରେ ଡ୍ରେନ୍ କାର୍ଯ୍ୟ , ଡୁକମ୍ ପଚାୟତର ଗୋଟିଏ
ବ୍ୟକ୍ତି ଗତ ଜାଗାରେ ୫ ଲକ୍ଷ ଟଙ୍କା ବ୍ୟୟ ବରାଦ ରେ ଏକ ଆଦିବାସୀ ଜମି ଉପରେ ବେଆଇନ ଭାବେ ସିମେଣ୍ଟ ରାସ୍ତା ନିର୍ମାଣ ଏବଂ ପାଇକଡାକୁଲୁ ଗୁଡା ର ଏନ୍ ଆର ଇଜିଏସ୍ ମାଧ୍ୟମରେ ନିର୍ମାଣ କରାଯାଇଥିବା ପୋଖରୀ କାର୍ଯ୍ୟ ଅଧାପନ୍ଥିୟା ହୋଇ ପାୟ ଦେଢ ବର୍ଷ ହେଲାଣି କାର୍ଯ୍ୟ ନ ହୋଇ ବିଲ ମିଳି ନଥିବା ଅଭିଯୋଗ ର ଖବର ପ୍ରଶାରଣ ପ୍ରଶାରଣ ହେବାପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ବିଭାଗୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଦୁର୍ନୀତି ସମ୍ପର୍କରେ ଖବର ପ୍ରଶାରଣ ହୋଇଥିବା ସ୍ଥାନ ମାନଙ୍କୁ ତଦନ୍ତ କରିବା ପାଇଁ ଯାଇଥିଲେ ଏ ପି ଡି। ଏବେ ଏହି ସବୁ ଦୁର୍ନୀତି ସମ୍ପର୍କରେ କଣ ତଦନ୍ତ କରି ଛନ୍ତି ଏବଂ ବିଷମକଟକ ବ୍କକ୍ ରେ ଦୁର୍ନୀତି ହୋଇଥିବା ଏଇ ଏବଂ ବିଡ଼ିଓ ଙ୍କ ପ୍ରତି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଜିଲ୍ଲା ପ୍ରଶାସନ ଏବେ ତାହା ହେଖିବାକୁ ବାକି ରହିଲା ।

ରିପୋର୍ଟ , ପ୍ରସନ କୁମାର ପଣ୍ଡା ।