
ଆବଶ୍ୟକ ସାମଗ୍ରୀ-
ସିଝା ଆଳୁ, ପାଚିଲା ଆମ୍ବ, କଂଚା ଆମ୍ବ, ଲୁଣ, ତେଲ, କଳାଲୁଣ, ଜିରା, ମେଥି, ସୋରିଷ, ଭ୍ରୁସଙ୍ଗ ପତ୍ର, ଅଦା, ପିଆଜ, ଲଙ୍କା ପାଉଡର, ହଳଦୀ ପାଉଡର , ହିଙ୍ଗୁ, ଶୁଖିଲା ଲଙ୍କା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରମେ ପାଚିଲା ଆମ୍ବର ଚୋପା ଛଡେଇ, ଚକଟି ଆମ୍ବର ରସ ବାହାର କରିବେ । ଏହାପରେ ଏହି ରସକୁ ନେଇ ଗ୍ରାଇଣ୍ଡିଂ କରିବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ହିଙ୍ଗୁ ଏବଂ ଶୁଖିଲା ଲଙ୍କା ପକାଇ ଫୁଟାଇବେ । ତାପରେ ସେଥିରେ ମେଥି ଦାନା, ସୋରିଷ, ଜିରା, ଭ୍ରୁସଙ୍ଗ ପତ୍ର, କଟା ଅଦା ପକାଇ ଫୁଟାଇବେ । ଏହାପରେ ସେଥିରେ ଛୋଟଛୋଟ କଟା ହୋଇଥିବା କଂଚା ଆମ୍ବ, କଟା ପିଆଜ ପକାଇ ଫ୍ରାଏ କରିବେ । ତାପରେ ସେଥିରେ ସିଝା କଟା ଆଳୁ ଏବଂ ଲୁଣ ପକାଇ ଗୋଳାଇବେ । ଏହାପରେ ସେଥିରେ ଲଙ୍କା ପାଉଡର, ହଳଦୀ ପାଉଡର ପକାଇ ମିକ୍ସ କରିବେ । ତାପରେ ସେଥିରେ ଗ୍ରାଇଣ୍ଡିଂ କରିଥିବା ଆମ୍ବ ରସ ପକାଇ ଗୋଳାଇବେ । ତାପରେ ସେଥିରେ କଳା ଲୁଣ ଏବଂ ଆବଶ୍ୟକ ଅନୁଯାୟୀ ପାଣି ଢାଳି ଗୋଳାଇ, କିଛି ସମୟ ଫୁଟିବାକୁ ଛାଡିବେ । ଏହା ଭଲଭାବେ ଫୁଟିବା ପରେ, ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଆମ୍ବ ରସ ଆଳୁ ତରକାରୀ । ଏବେ ଏହାର ମଜା ନେଇ ପାରିବେ ।


