
ବାଲିଗୁଡ଼ା,୧୮/୦୭/୨୧ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଏସ ଆଇ ଶାନ୍ତୁନୁ ପ୍ରଧାନ ଓ ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମେଲ୍ସିକିଆ ପଟୁ ଆସୁଥିବା ବେଳେ ଏକ ବାଜାଜ ଅଟୋ ନମ୍ୱର OD-12-A-6530 ଯାଞ୍ଚ କରିବା ବେଳେ ଗାଡ଼ିରୁ 35 କେଜି 100 ଗ୍ରାମ ଗଞ୍ଜେଇ ବାହାରିଥିଲା। ଗାଡ଼ିକୁ ଜବତ କରି ଥାନାକୁ ଅଣାଯାଇଥିଲା ଘଟଣା ସ୍ଥଳରୁ ଅଭିଯୁକ୍ତ ଅଟୋ ଛାଡି ଫେରାର ହୋଇଯାଇଥିଲା |
ବାଲିଗୁଡ଼ା ଥାନା ଏ ଏସ ଆଈ ଶାନ୍ତୁନୁ ପ୍ରଧାନ କେସ୍ ନଂ 118/21 ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା କହିଛନ୍ତି ଡିଏସପି ସ୍ବରାଜ ଦେଵତା |
ବାଲିଗୁଡ଼ା, ସୁକାନ୍ତ କୁମାର ତ୍ରିପାଠୀ , ଜିଲ୍ଲା ଖବର




