Sunday, November 15, 2026
Home ଆଞ୍ଚଳିକ ପ୍ରେସକ୍ଳବ ତରଫରୁ ସାମୂହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ l

ପ୍ରେସକ୍ଳବ ତରଫରୁ ସାମୂହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ l

18

ବିଷମକଟକ,୧୮/୦୭/୨୧ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ପ୍ରେସକ୍ଳବ ଆୟୋଜକ ଓ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ,ମୁନିଗୁଡା ବନାଞ୍ଚଳ କାର୍ଯ୍ୟାଳୟର ମିଳିତ ଉଦ୍ୟମରେ ସାମୂହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l

ପ୍ରେସ କ୍ଳବର ସଭାପତି ରାଜୀବ ଲୋଚନ ଦାସ ଓ କାର୍ଯ୍ୟକାରୀ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅତିଥିଭାବେ ଆଇଆଇସି ସୁଜ୍ଞାନୀ ସାହୁ,ରେଞ୍ଜର ପ୍ରସନ୍ନ କୁମାର ମିଶ୍ର,ଜିଲାପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା,ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧରକ ଗୌରାଙ୍ଗ ଚରଣ ରାଉତ,ପୂର୍ବତନ ଜିଲ୍ଲା ଏସଡିସି ଅଧକ୍ଷ ଜଗନ୍ନାଥ ନୁନ୍ଦ୍ରୁକା,ସରପଞ୍ଚ ଜଗା ଶବର,ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ହୃଷିକେଶ ଜାଲି ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ନୂତନ ହନୁମାନ ବଟିକା ଠାରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ପରିବେଷକୁ ଉପଯୋଗୀ ହେଉଥିବ ବଉଳ,କୃଷ୍ଣ ଚୁଡା,ବାଦାମ,ଚାକୁଣ୍ଡା ସହ ବିଭିନ୍ନ ବୃକ୍ଷ ଓ ଔଷଧୀୟ ବୃକ୍ଷ ରୋପଣ କରିଥିଲେ l

ପରେ ଅଥିତି ମାନେ ରୋପଣ କରାଯାଇଥିବା ସମସ୍ତ ବୃକ୍ଷ ଗୁଡିକୁ ରକ୍ଷଣ ବ୍ୟକ୍ଷଣ କରିବା ସହ ବୃକ୍ଷ ରୋପଣର ଉଦେଶ୍ୟ ସମ୍ପର୍କରେ ଏବଂ ଏହାର ଉପଯୋଗୀ ଉପରେ ଉପସ୍ଥିତ ସମସ୍ତଙ୍କୁ ବୁଝାଇଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ କୃଷି ଅଧିକାରୀ ରବି ଶବର,ଉତ୍ତମ କୁମାର ଦାସ,ଉଦ୍ୟାନ ବିଭାଗର ଅଧିକାରୀ ସୁଧୀର କୁମାର ବିଭାର,ସମାଜସେବୀ ଜାମି ମହେଶ,ଶରତ ସାହୁ, ପ୍ରେସକ୍ଳବର ସମ୍ପାଦକ ନିରଞ୍ଜନ ସାହୁ,ସିମାଞ୍ଚଳ ପଣ୍ଡା,ଗଣେଶ ପାତ୍ର,ପ୍ରମୋଦ ସାହୁକାର, ଚନ୍ଦ୍ରଶେଖର ପଣ୍ଡା ନରେଶ ପାତ୍ର,ଧନୁ କୁସୁଲିଆ,ପ୍ରସାଦ ସାହୁକାର,ଆନନ୍ଦ ଟାକ୍ରି,ଅନନ୍ତ ନାରାୟଣ ଦୁର୍ଗା ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ବନ ବିଭାଗର ଫୋରେଷ୍ଟ ଗାର୍ଡ ଅହଲ୍ୟା ପାତ୍ର, ଜୟଶଙ୍କର ପଦକାଙ୍କ ସମେତ ସମସ୍ତ କର୍ମଚାରୀ ମନେ ସହଯୋଗ କରିଥିଲେ l