Sunday, November 15, 2026
Home ଆଞ୍ଚଳିକ ନିଜ ବାହାଘରରେ ଧୂମ ନାଚିଲେ ଦିଶା

ନିଜ ବାହାଘରରେ ଧୂମ ନାଚିଲେ ଦିଶା

11

ନୂଆଦିଲ୍ଲୀ, ୧୮/୦୭/୨୧ (ଜିଲ୍ଲା ଖବର) : ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାହୁଲ ବୈଦ୍ୟ  ଓ ଦିଶା ପରମାର । ଦୁହେଁ ଜୀବନର ଏକ ନୂଆ ଯାତ୍ରା ଆରମ୍ଭ କରିଛନ୍ତି । କରୋନାକୁ ଦୃଷ୍ଟିରେ ରଖି ,ତାଙ୍କ ବିବାହରେ ଖୁବ୍ ଲୋକ ସାମିଲ ହୋଇଥିଲେ । ତେବେ ତାଙ୍କ ବିବାହ ପରେ ,ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ତାଙ୍କ ଫଟୋରୁ ନଜର ହଟାଇ ପାରୁ ନାହାଁନ୍ତି ଦର୍ଶକ । ଦୁହିଁଙ୍କ ଯୋଡିକୁ ମଧ୍ୟ ବେଶ ପସନ୍ଦ କରାଯାଉଛି । ତେବେ ଏବେ ଦିଶାଙ୍କର ଏକ ଡାନ୍ସ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ରାହୁଲଙ୍କ ସହିତ ଜବରଦସ୍ତ ଡାନ୍ସ କରୁଥିବା ଦେଖିବାକୁ ମିଳୁଛି ।

ତାଙ୍କର ଏହି ଡାନ୍ସ ଭିଡିଓ ତାଙ୍କର ଏକ ଫ୍ୟାନ ପେଜରେ ସେୟାର କରାଯାଇଛି । ଏଥିରେ ଦୁହେଁ ‘ମେରେ ମେହେବୁବ୍ ମେରେ ସନମ’ଗୀତରେ ଧୂମ୍ ମଚାଉଥିବା ନଜର ଆସୁଛନ୍ତି । ଏହା ସହିତ ଦିଶା ‘ଦୁପଟା ମେରା’ ଗୀତରେ ମଧ୍ୟ ନାଚୁଥିବା ଦେଖିବାକୁ ମିଳୁଛି । ତାଙ୍କର ଏହି ଡାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଧୁମ୍ ମଚାଉଛି ।