Monday, October 12, 2026
Home ଅପରାଧ ଗୁଣ୍ଡା ଲଗେଇ ସାଇ ସରସ୍ଵତୀ ଵିଦ୍ୟା ମନ୍ଦିର ଭାଙ୍ଗିବା ଅଭିଯୋଗ

ଗୁଣ୍ଡା ଲଗେଇ ସାଇ ସରସ୍ଵତୀ ଵିଦ୍ୟା ମନ୍ଦିର ଭାଙ୍ଗିବା ଅଭିଯୋଗ

11

ଭୁବନେଶ୍ଵର,୧୮/୦୭/୨୧ (ଜିଲ୍ଲା ଖବର) : ଭାଙ୍ଗିଲେ ଚିନ୍ତାମଣିଶ୍ଵର ଅଞ୍ଚଳରେ ଥିବା ସାଇ ସରସ୍ଵତୀ ଵିଦ୍ୟା ମନ୍ଦିର। ଗୁଣ୍ଡା ଲଗେଇ ଜାଗା ମାଲିକ ସ୍କୁଲ ଭାଙ୍ଗିଥିବା ଅଭିଯୋଗ ଆଣିଲେ ସ୍କୁଲ ସମ୍ପାଦିକା ଲଷ୍ମୀ ପାଣିଗ୍ରାହୀ । ଗତକାଲି ବିଳମ୍ବିତ ରାତିରେ ବିନୋଦ ଚନ୍ଦ୍ର ମହାନ୍ତି 50ରୁ ଅଧିକ ଭଡାଟିଆ ଗୁଣ୍ଡା ଲଗାଇ ସ୍କୁଲ ଭାଙ୍ଗିଥିଲେ। ଏହାସହ ସ୍କୁଲରୁ 4ଟି କମ୍ପୁଟର , ଆସବାବପତ୍ର, ସାର୍ଟିଫିକେଟ  ଓ 2 ଲକ୍ଷ ଟଙ୍କା ନେଇ ଥିବା ଅଭିଯୋଗ ହୋଇଛି ।

 2004 ରେ ସ୍କୁଲଟି ସ୍ଥାପିତ ହେବା ପରେ ଜାଗା ଦେବା ପାଇଁ 2010 ରେ 15 ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ ସ୍କୁଲ ସମ୍ପାଦିକାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି ।

ଦୁଇ ମାସ ତଳେ ଜାଗା ଛାଡିବା ପାଇଁ ସ୍କୁଲ ସମ୍ପାଦିକାଙ୍କୁ କହିଥିଲେ । ହେଲେ ନବମ ଦଶମ ଶ୍ରେଣୀ ପିଲାଙ୍କ ଅଧା ପାଠ ପଢା ହୋଇଥିବାରୁ ସ୍କୁଲ ଛାଡିବା ପାଇଁ ଆଉ କିଛି ଦିନ ସମୟ ମାଗିଥିଲେ । ହେଲେ ଅତର୍କିତ ଭାବରେ ରାତିରେ ଆସି  ସ୍କୁଲ ଭାଙ୍ଗିଥିବା ଅଭିଯୋଗ ହୋଇଛି।