Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! ଭୂମି ପେଡନେକର

ଜନ୍ମଦିନର ଶୁଭେଚ୍ଛା ! ଭୂମି ପେଡନେକର

39

ନୂଆଦିଲ୍ଲୀ,୧୮/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଭୁମି ପେଡନେକରଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଭୂମି ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ, ଯିଏ ନିଜର ପ୍ରତିଭା ଦେଖାଇ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଛନ୍ତି । ଏବଂ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।  ସବୁବେଳେ ସେ ନିଜର ଅଭିନୟର ଜଲଓ୍ବା ଦେଖାଇ ଦର୍ଶକଙ୍କ ହୃଦୟ ଜିତନ୍ତି । ସେ ତାଙ୍କର ପ୍ରଥମ ଫିଲ୍ମ’ଦମ୍ ଲଗାକେ ହେଇସା’ର ପ୍ରମୋସନ ସମୟରେ କହିଥିଲେ ଯେ, ସେ ଅଭିନେତା ଶାହରୁଖ ଖାନ ଓ ସଲମାନ ଖାନଙ୍କ ବଡ ଫ୍ୟାନ । ସେ ତାଙ୍କ ସହ ଫିଲ୍ମ କରିବାକୁ ଚାହିଁବେ ।

ହୁଏତ ଅନେକ ଲୋକ ଏକଥା ଜାଣିନଥିବେ ଯେ, ଭୂମି ପେଡେନେକର ଅଭିନେତ୍ରୀ ହେବା ପୂର୍ବରୁ, ୟସରାଜ ଫିଲ୍ମସ୍ ପାଇଁ Shanu Sharmaଙ୍କ ଆସିଷ୍ଟାଣ୍ଟ ରୂପେ କାମ କରୁଥିଲେ ।  

ଫିଲ୍ମ’ଦମ ଲଗାକେ ହେଇସା’ ପାଇଁ ନିଜେ ଭୂମି ଆସିଷ୍ଟାଣ୍ଟ ଡାଇରେକ୍ଟର ଥିଲେ । ୧୦୦ ଝିଅଙ୍କ ଅଡିସନ ନେଇଥିଲେ ସେ । ହେଲେ କିଛି ବୁଝା ପଡୁ ନଥିଲା । ଏହାପରେ ସେ ନିଜେ କିଛି ସିନ୍ କରି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ । ଆଉ ତାଙ୍କର କାଷ୍ଟିଂ ଟିମ ଓ ଡାଇରେକ୍ଟରଙ୍କୁ ଭୂମିଙ୍କ ଆକ୍ଟିଂ ଏତେ ପସନ୍ଦ ଆସିଥିଲା ଯେ, ସେ ତାଙ୍କୁ ହିଁ କାଷ୍ଟ କରିବାର ନିଷ୍ପତି ନେଇଥିଲେ । ଫିଲ୍ମ କରିବା ପାଇଁ ସେ ୩୦ କିଲୋ ଓଜନ ବଢାଇଥିଲେ । ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଅନେକ ଅନେକ ଶୁଭକାମନା ।