
କଟକ, ୧୮/୦୭/୨୧ (ଜିଲ୍ଲା ଖବର) : କଟକ ବଡମ୍ବାରେ କୁମ୍ଭୀରକୁ ନେଇ ଲୋକେ ଭୟଭୀତ। ଘଟଣାରୁ ପ୍ରକାଶ ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ହେବା ଫଳରେ ହୀରାକୁଦରୁ ପ୍ରଥମ ବନ୍ୟା ଜଳ ଗତ ୧୧ ତାରିଖରେ ନିଷ୍କାସନ କରାଯାଇଥିଲା।
ପାଣି ଆସିବା ଫଳରେ ଟିକର ପଡ଼ା ଅଞ୍ଚଳରୁ କୁମ୍ଭୀର ଭାସି ଆସିଥିଲେ। ଗତ ଗୁରୁବାର ଦିନ ଏହାକୁ ପ୍ରଥମେ ଭାପୁର ବ୍ଲକ କରବର ଗ୍ରାମ ମାଳିସାହି ତୁଠର (ମହାନଦୀ କୁଳରେ ଅବସ୍ଥିତ) ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ।
ବଡ଼ମ୍ବା ବନବିଭାଗ ପକ୍ଷରୁ ନଦୀକୂଳ ଅଞ୍ଚଳ ଗୋପୀନାଥପୁର, ତୁଳପୁର, ମୁଗଗହୀର ନଦୀପାଶ୍ୱରେ ପୋଷ୍ଟର ମାରି ଜନସାଧାରଣଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ଯଦି କୌଣସି ବ୍ୟକ୍ତିଙ୍କ ଜାଲରେ ଉକ୍ତ କୁମ୍ଭୀର ଧରାଦିଏ ତାକୁ ନମାରି ସ୍ଥାନୀୟ ବନ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ସୂଚନା ପ୍ରଦାନ କରିଛନ୍ତି।



