Sunday, November 15, 2026
Home ଆଞ୍ଚଳିକ ଅଶ୍ଵିନୀ ବୈଷ୍ଣବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

ଅଶ୍ଵିନୀ ବୈଷ୍ଣବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

15

ନୂଆଦିଲ୍ଲୀ,୧୮/୦୭/୨୧ (ଜିଲ୍ଲା ଖବର) :  କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଶ୍ରୀ ପ୍ରଧାନ ଟ୍ଵିଟ କରି ଲେଖିଛନ୍ତି ଯେ ତୀକ୍ଷ୍ଣବୁଦ୍ଧିର ଅଧିକାରୀ ମୋର ସହକର୍ମୀ ଅଶ୍ଵିନୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ବିପୁଣ ଜ୍ଞାନ ଏବଂ ଅଭିଜ୍ଞତା ଦ୍ଵାରା ସେ ଭାରତୀୟ ରେଳବାଇକୁ ସୁପରିଚାଲନା କରିବା ସହିତ ଡିଜିଟାଲ ଇଣ୍ଡିଆକୁ ଉଚ୍ଚ ଶିଖରରେ ପହଞ୍ଚାଇବେ। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖ ପାଇଁ ପ୍ରାର୍ଥନା କରୁଛି।

ଆଜିର ଦିନରେ ୧୯୭୦ ମସିହାରେ ରାଜସ୍ଥାନର ଯୋଧପୁରରେ ଶ୍ରୀ ବୈଷ୍ଣବ ଜନ୍ମଗ୍ରହଣ କରିଥିଲେ। ସେ ଜଣ ଦକ୍ଷ ପ୍ରଶାସନିକ ଅଧିକାରୀ ଥିଲେ।