Sunday, November 15, 2026
Home ଆଞ୍ଚଳିକ ବିଏମସି ନୂଆ ଗାଇଡଲାଇନ, ବିବାହ କାର୍ଯ୍ୟରେ 100 ଜଣଙ୍କୁ ଅନୁମତି

ବିଏମସି ନୂଆ ଗାଇଡଲାଇନ, ବିବାହ କାର୍ଯ୍ୟରେ 100 ଜଣଙ୍କୁ ଅନୁମତି

12

ଭୁବନେଶ୍ୱର,୧୮/୦୭/୨୧ (ଜିଲ୍ଲା ଖବର) : ଭୁବନେଶ୍ୱରରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ନୂଆ ଗାଇଡଲାଇନ ଜାରି କରିଛି। ରାଜଧାନୀରେ ବିବାହ କାର୍ଯ୍ୟରେ ସାମାଜିକ ଦୂରତା ପାଳନ ସହ 100 ଜଣଙ୍କ ସାମିଲକୁ ଅନୁମତି ଦିଆଯାଇଛି। ଏହାସହ ଶୁଦ୍ଧି କାର୍ଯ୍ୟ ଲାଗି 50 ଜଣଙ୍କୁ ଅନୁମତି ମିଳିବ। 

ସେହିପରି ଯେକୌଣସି ପ୍ରକାର ସମ୍ମିଳନୀ, ସମାରୋହ ଉପରେ କଟକଣା ଜାରି କରାଯାଇଛି। ଏହାସହ ଅନୁଷ୍ଠାନ ଗୁଡିକରେ ସ୍ୱର୍ଣ୍ଣ ଜୟନ୍ତୀ, ରୌପ୍ୟ ଜୟନ୍ତୀ ପାଳନ ଉପରେ କଟକଣା ଜାରି କରାଯାଇଛି। ଆସନ୍ତା ଏପ୍ରିଲ 6 ତାରିଖରୁ ଏହା ବିଏମସି ଅଞ୍ଚଳରେ ଲାଗୁ ହେବ।