Thursday, November 12, 2026
Home ଆଞ୍ଚଳିକ ଓଟ୍ସ ଖିରି

ଓଟ୍ସ ଖିରି

16

ଆବଶ୍ୟକ ସାମଗ୍ରୀ-

ଓଟ୍ସ, ଗୁଡ, ପିସ୍ତାବାଦାମ୍‌, କଦଳୀ, କ୍ଷୀର, ଗୁଜୁରାତି ଗୁଣ୍ଡ, ମହୁ ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଗ୍ୟାସ୍‌ରେ ପ୍ୟାନ୍ ବସେଇ ଓଟ୍ସ ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ପାଣି ଢାଳି ଗୋଳାଇବେ । ଦେଖିବେ ଓଟ୍ସ ବହଳିଆ ହୋଇ ଆସିଲେ ସେଥିରେ ଗୁଡ ପକାଇ  ଭଲଭାବେ ମିକ୍ସ କରିବେ । ଦେଖିବେ ଗୁଡ ଭଲଭାବେ ମିକ୍ସ ହେବା ପରେ ସେଥିରେ ଗୁଜୁରାତି ଗୁଣ୍ଡ ପକାଇ ମିକ୍ସ କରିବେ । ତାପରେ ସେଥିରେ କଟା ପିସ୍ତାବାଦାମ୍ ଏବଂ କ୍ଷୀର ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ତାପରେ ତା  ଉପରେ କିଛି କଟା ପାଚିଲା କଦଳୀ, କଟା ପିସ୍ତାବାଦାମ୍‌, ମହୁ ପକାଇବେ । ପ୍ରସ୍ତୁତ ହୋଇଗଲା ଓଟ୍ସ ଖିରି । ଏବେ ଏହାର ମଜା ନେଇ ପାରିବେ ।