Wednesday, November 11, 2026
Home ଆଞ୍ଚଳିକ ଅଦା ଜାମ୍

ଅଦା ଜାମ୍

15

ଆବଶ୍ୟକ ସାମଗ୍ରୀ-

ଅଦା, ଚିନି, ପାଚିଲା କମଳା ଚୋପା, କମଳା ରସ ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଅଦାକୁ ଧୋଇ ଚୋପା ଛଡେଇ ଛେଚି ରଖିବେ । ଏହାପରେ ଗ୍ୟାସ୍‌ରେ ପ୍ୟାନ୍ ବସେଇ ଛେଚା ଅଦା ପକାଇ ଫ୍ରାଏ କରିବେ । ଦେଖିବେ ଅଦାର କଂଚା ବାସ୍ନା ଯିବା ପରେ,  ସେଥିରେ ଚିନି ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ  ଆବଶ୍ୟକ ଅନୁଯାୟୀ ପାଣି ଢାଳି ଭଲଭାବେ ଗୋଳାଇବେ । ତାପରେ ସେଥିରେ  ପାଚିଲା କମଳା ଚୋପାକୁ  ଗ୍ରେଡ୍ କରି ଅଳ୍ପ ପକାଇବେ । ଏହାପରେ ସେଥିରେ କମଳା ରସ ଚିପୁଡି ପକାଇ , ଭଲଭାବେ ମିକ୍ସ କରିବେ । ଏହାପରେ ଦେଖିବେ  ଏହା ଜେଲି ଭଳି ବହଳିଆ ହୋଇ ଆସିଲେ ଗ୍ୟାସ୍ ବନ୍ଦ କରି ଏକ କାଚ ଜାରରେ ରଖିବେ । ପ୍ରସ୍ତୁତ ହୋଇଗଲା ଅଦା ଜାମ୍ । ଏବେ ଏହାକୁ ରୋଟି ବା ପରଟା ସହିତ ଖାଇ ପାରିବେ ।