
୧୮/୦୭/୨୧ (ଜିଲ୍ଲା ଖବର) : ପ୍ରତି ଭାରତୀୟଙ୍କ ରୋଷେଇ ଘରେ ସୋରିଷ ତେଲ ବ୍ୟବହାର ହୋଇଥାଏ । ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ ହେବା ସହିତ, ତ୍ୱଚା ଏବଂ କେଶ ପାଇଁ ମଧ୍ୟ ବହୁତ୍ ଉପକାରୀ ହୋଇଥାଏ । ଆଜିକାଲି କେଶ ଝଡିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଉଛି , ଅନେକ୍ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ । ଏହି ସମସ୍ୟାର ସମ୍ମୁଖୀନ କରୁଥିବା ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ସାଜିଥାଏ । କାହିଁକି ନାଁ , କେଶ କମ୍ ଥିଲେ ବା ନଥିଲେ ସୌନ୍ଦର୍ଯ୍ୟ କମିଥାଏ । ତେଣୁ ଏଥିପାଇଁ ଅନେକ୍ ଡାକ୍ତରଙ୍କ ପରାମର୍ଶ ନେବା ସହିତ , ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି । ତେବେ ଆସନ୍ତୁ ଜାଣିବା କେଶ ପାଇଁ ସୋରିଷ ତେଲର ଉପକାରିତା ସମ୍ପର୍କରେ ।
-ସୋରିଷ ତେଲ କେଶକୁ ମଜବୁତ୍ କରିବା ସହିତ, କେଶରେ ଚମକ ଆଣିବାରେ ସାହାଯ୍ୟ କରେ ।
-ରାତିରେ ଶୋଇବା ପୂର୍ବରୁ ଏକ ଲୁହା ପାତ୍ରରେ ସୋରିଷ ତେଲ ଏବଂ ମେଥି ଦାନା ପକାଇ ଗୋଟେ ରାତି ରଖିବେ । ପରଦିନ ସକାଳେ ଗ୍ୟାସ୍ରେ ଲୁହା କଡେଇ ବସେଇ, ରାତିରେ ରଖିଥିବା ସାରିଷ ତେଲ ଏବଂ ମେଥି ଦାନାକୁ ପକାଇ ୫ ରୁ ୬ ମିନିଟ ଯାଏଁ ଫୁଟାଇବେ । ଏହି ମିଶ୍ରଣ କଳା ହୋଇ ଆସିଲେ ଗ୍ୟାସ୍ ବନ୍ଦ କରି ତେଲକୁ ଥଣ୍ଡା ହେବାକୁ ଛାଡିବେ । ତେଲ ଥଣ୍ଡା ହେବା ପରେ , ଏକ କାଚ ଜାରରେ ଏହାକୁ ଛାଣି ରଖିବେ ।
ଏହି ତେଲକୁ ନେଇ କେଶ ମୂଳ ଏବଂ କେଶରେ ଲଗାଇ ୫ ରୁ ୧୦ ମିନିଟ ଯାଏଁ ହାଲ୍କା ହାତରେ ମସାଜ୍ କରିବେ । ଏହାପରେ ଏହାକୁ କେଶରେ ଲଗାଇ ଛାଡିବେ । ପରଦିନ କେଶକୁ ଶାମ୍ପୁ କରି ଧୋଇବେ । ଏପରି ସପ୍ତାହକୁ ୨ ରୁ ୩ ଥର କରିବା ଦ୍ୱାରା, ଧିରେଧିରେ କେଶ ଝଡିବା କମ୍ ହେବା ସହିତ, କେଶରେ ଚମକ ଆସିଥାଏ ।


