
ଗଜପତି, ୧୮/୦୭/୨୧ (ଜିଲ୍ଲା ଖବର) : ACF ସୌମ୍ୟ ରଞ୍ଜନଙ୍କୁ ମାରିବା ପାଇଁ ହୋଇଥିଲା ବଡ଼ ଷଡଯନ୍ତ୍ର। ଚିକିତ୍ସା କରି ଭଲ କରିବା ପାଇଁ ନୁହେଁ ବରଂ ସମୟ ଗଡାଇ, ଦୂରକୁ ପଠାଇ ମାରିଦେବାକୁ ହୋଇଥିଲା ଷଡଯନ୍ତ୍ର। ଏ ନେଇ ଅର୍ଗସ୍ ହାତରେ ଲାଗିଛି ବଡ଼ ସୁରାକ୍। ସୌମ୍ୟଙ୍କୁ ଚିକିତ୍ସା ନିକଟରେ ଥିବା ଡାକ୍ତରଖାନାକୁ ନ ନେଇ ପଠାଇ ଦିଆଯାଇଥିଲା କଟକ।
ସବୁଠାରୁ ସାଙ୍ଘାତିକ କଥା ହେଉଛି, ତାଙ୍କୁ ଚିକିତ୍ସା କରିଥିଲେ ଜଣେ ଡାକ୍ତର ଆଉ ବ୍ରହ୍ମପୁର ମେଡ଼ିକାଲରୁ ରେଫର କରିଥିଲେ ଆଉ ଜଣେ ଡାକ୍ତର । ସବୁଠାରୁ ବଡ଼ କଥା ହେଉଛି ଡାକ୍ତର ସୌମ୍ୟଙ୍କ ଶରୀର ୯୯ ପ୍ରତିଶତ ଜଳିଯାଇଥିବା ଦେଖି ରେଫର କରାଯାଉଥିବା ବେଳେ କାହା ସ୍ୱାର୍ଥରେ ବ୍ରହ୍ମପୁର MKCGରୁ ଶହ ଶହ କିଲୋମିଟର ଦୂର କଟକ SCBକୁ ପଠାଯାଇଥିଲା ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ।
ଜଣେ ଗୁରୁତର ରୋଗୀଙ୍କ ୯୯ ପ୍ରତିଶତ ଶରୀର ଜଳିଯାଇଥିବା ବେଳେ ଖୁବ କମ୍ ସମୟ ମଧ୍ୟରେ ସୌମ୍ୟଙ୍କ ଚିକିତ୍ସା ଯେ ବ୍ରହ୍ମପୁରରେ କରି ହୋଇଥାନ୍ତା ଏକଥା କେହି କେମିତି ଜାଣି ପାରିଲେନି ତାହା ବି ଗୋଟିଏ ପ୍ରଶ୍ନ। ସୌମ୍ୟଙ୍କ ଶହ ଉପସ୍ଥିତ ଥିବା DFO ଓ କର୍ମଚାରୀଙ୍କ ସହ ସୌମ୍ୟଙ୍କ ପତ୍ନୀ ଏହାକୁ ନେଇ କ’ଣ ପାଇଁ ପ୍ରଶ୍ନ ଉଠାଇ ନ ଥିଲେ ତାହା ମଧ୍ୟ ସନ୍ଦେହ ଲାଗୁଛି।
ଏମିତିକି ମେଡିକାଲ ଡକୁମେଣ୍ଟରେ ଡାକ୍ତର K.C ପାତ୍ର ଚିକିତ୍ସା କରିଥିବା ବେଳେ K. ବେହେରା ସୌମ୍ୟଙ୍କୁ ରେଫର କରିଛନ୍ତି। ଏମିତିକି ମେଡିକାଲ ଟିକେଟରେ ଡାକ୍ତର ପାତ୍ରଙ୍କ ନାଁ କାଟି ଡାକ୍ତର ବେହେରାଙ୍କ ନାଁ ଲେଖା ଅଛି । ଏ ସବୁ ଜିନିଷକୁ ଘଣ୍ଟ ଘୋଡେଇବା ପାଇଁ ଚେଷ୍ଟା ଚାଲିଛି ବୋଲି କୁହାଯାଇଛି। ଏନେଇ CDMO କି ADM ପ୍ରତିକ୍ରିୟା ରଖିଲେ ନାହିଁ ଏବଂ ଚିକିତ୍ସା କରିଥିବା ଡାକ୍ତରଙ୍କୁ ପ୍ରତିକ୍ରିୟା ରଖିବା ପାଇଁ ଦେଲେ ନାହିଁ ।
ହେଲେ କ’ଣ ପାଇଁ ଏମିତି କରାଯାଉଛି। କିଏ ଏହି ଘଟଣାର ପ୍ରଚ୍ଛଦ ପଟ୍ଟର ନାୟକ, ତାକୁ ନେଇ ଚାଲିଛି ତର୍ଜମା। ଅଡୁଆ ସୂତାର ଖିଅ କେବେ ବାହାରୁଛି ତାହା ଖାଲି ଦେଖିବାକୁ ରହିଲା।



