Sunday, November 15, 2026
Home ଆଞ୍ଚଳିକ ଅଭିନେତ୍ରୀ ଆରାଧନା କହିଲେ କାଷ୍ଟିଂ କାଉଚର କଥା

ଅଭିନେତ୍ରୀ ଆରାଧନା କହିଲେ କାଷ୍ଟିଂ କାଉଚର କଥା

7

ନୂଆଦିଲ୍ଲୀ, ୧୮/୦୭/୨୧ (ଜିଲ୍ଲା ଖବର) : କାଷ୍ଟିଂ କାଉଚର କଷ୍ଟଦାୟକ ଅନୁଭବ ବିଷୟରେ କହିଲେ ଟିଭି ଅଭିନେତ୍ରୀ ଆରାଧନା ଶର୍ମା ।  ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ,’ମୋ ସହିତ ଏମିତି କିଛି ଘଟଣା ହୋଇଥିଲା, ଯାହା ମୁଁ ମୋ ଜୀବନରେ କେବେ ଭୂଲି ପାରିବି ନାହିଁ । ୪-୫ ବର୍ଷ ପୂର୍ବେ ଏହା ହୋଇଥିଲା । ଯେତେବେଳେ ମୁଁ ପୁଣେରେ ପଢୁଥିଲି । ଜଣେ ବ୍ୟକ୍ତି ଥିଲା, ଯିଏ ମୁମ୍ବାଇରେ କାଷ୍ଟିଂ କରୁଥିଲା ।  ମୁଁ ପୁଣେରେ ମଡେଲିଂ ଆସାଇନମେଣ୍ଟ କରୁଥିଲି । ଯାହା ଫଳରେ ମୁଁ ଟିକେ ଜଣାଶୁଣା ଥିଲି ।

ମୁଁ ରାଞ୍ଚି ଯାଇଥିଲି କାହିଁକି ନାଁ, ସେ କହିଥିଲା କି ସେ କୌଣସି ଭୂମିକା ପାଇଁ କାଷ୍ଟିଂ କରୁଛି  । ମୁଁ ଏକ ରୁମରେ ସ୍କିପ୍ଟ ପଢୁଥିଲି ।  ଆଉ ସେ ମତେ ବାରମ୍ବାର ଛୁଇଁବାକୁ ଚେଷ୍ଟା କରୁଥିଲା ।  ହେଲେ ମୁଁ ବୁଝି ପାରୁ ନଥିଲି କି କ’ଣ ହେଉଛି । ମୁଁ ତାକୁ ଠେଲିଦେଲି ଏବଂ କବାଟ ଖୋଲି ପଳାଇଗଲି । ଏହା ଅତ୍ୟନ୍ତ ଦୁଃଖଦ ଥିଲା । କିଛି ଦିନ ଧରି ମୁଁ ଏହାକୁ କାହା ସହିତ ସେୟାର କରିପାରିଲି ନାହିଁ । ଯେତେବେଳେ ଏହା ଘଟିଥିଲା, ମୋତେ ୧୯ କିମ୍ବା ୨୦ ବର୍ଷ ବୟସ ହୋଇଥିଲା । ମୁଁ ବହୁତ ଖରାପ ଅନୁଭବ କରିଥିଲି ।

ସେ ଏକଥା ମଧ୍ୟ କହିଥିଲେ ଯେ,ଏହି ଘଟଣା ପରେ ତାଙ୍କ ଉପରେ ଗଭୀର ପ୍ରଭାବ ପଡିଥିଲା । ଏହାପରେ ମୋ ବିଶ୍ବାସ ସମ୍ବନ୍ଧୀୟ ସମସ୍ୟା ଆରମ୍ଭ ହୋଇଥିଲା । ମୁଁ କୌଣସି ପୁରୁଷଙ୍କ ସହିତ ଗୋଟିଏ କୋଠରୀରେ ରହିପାରିଲି ନାହିଁ, ଏପରିକି ମୋ ବାପାଙ୍କ ସହ ମଧ୍ୟ ନୁହେଁ ।