
୧୮/୦୭/୨୧ (ଜିଲ୍ଲା ଖବର) : ଦିଲ୍ଲୀରେ ବିଏସଏଫର 18 ତମ ସଂସ୍କାର ସମାରୋହକୁ ସମ୍ବୋଧିକ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ପୂର୍ବେ ଆମର କୌଣସି ସ୍ୱତନ୍ତ୍ର ପ୍ରତିରକ୍ଷା ନୀତି ନଥିଲା । ସବୁବେଳେ ଆମ ବିଦେଶ ନୀତି ଦ୍ୱାରା ଏହା ପ୍ରଭାବିତ ହେଉଥିଲା କିମ୍ବା ବିଦେଶ ନୀତି ରକ୍ଷା ନୀତି ଉପରେ ରହୁଥିଲା। କିନ୍ତୁ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ନୂଆ ରକ୍ଷା ନୀତି ପ୍ରସ୍ତୁତ କରାଗଲା ।
ନୂଆ ନୀତିରେ ଆମେ ସବୁ ଦେଶ ସହ ଶାନ୍ତି ଚାହୁଁଛୁ କିନ୍ତୁ ଯଦି ଆମ ସୀମା ଉପରେ ନଜର ପକାଇବ କିମ୍ବା ଆମ ସାର୍ବଭୌମତ୍ବକୁ ଚ୍ୟାଲେଞ୍ଜ କରିବ । ତେବେ ଆମ ପାଇଁ ପ୍ରତିରକ୍ଷା ନୀତି ପ୍ରାଥମିକତା ରହିବ ଏବଂ ତାଙ୍କୁ ସେହି ଭାଷାରେ ଜବାବ ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।
ସେହିପରି ସୁରକ୍ଷା କ୍ଷେତ୍ରରେ ଡ୍ରୋନ ପ୍ରସଙ୍ଗ ଅତି ଗମ୍ଭୀର ଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ସୀମାକୁ ସୁରକ୍ଷିତ କରିବା ଲାଗି ଭାରତ ସ୍ବଦେଶୀ ଆଣ୍ଟି ଡ୍ରୋନ ସିଷ୍ଟମ ବିକଶିତ କରୁଛି । DRDO ଏହି ଦିଗରେ କାମ କରୁଥିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି 2022 ସୁଦ୍ଧା ସୀମାରେ ଖାଲି ଥିବା ସ୍ଥାନ ଗୁଡିକୁ ତାରବନ୍ଦୀ କରାଯିବ ବୋଲି ଶାହା କହିଛନ୍ତି ।
ସ୍ୱାଧୀନତା ପରେ ଦେଶକୁ 15 ହଜାର କିଲୋମିଟର ସ୍ଥଳ ସୀମା ଏବଂ 7 ହଜାର କିଲୋମିଟର ଲମ୍ବା ସମୁଦ୍ର ସୀମା ମିଳିଥିଲା । ଏପରିସ୍ଥଳେ ଦେଶକୁ ଏକ ସୀମା ସୁରକ୍ଷା ନୀତିର ଅବଶ୍ୟକତା ଥିଲା । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାକୁ ଅଣଦେଖା କରାଯାଇଥିଲା। ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଏକ ଷ୍ଟ୍ରକ୍ଚର ସୀମା-ନୀତି ପ୍ରସ୍ତୁତ କରାଗଲା । ଯାହା ଅଧିନରେ ୱାନ ବର୍ଡର-ୱାନ ଫୋର୍ସ ଲାଗୁ କରାଗଲା । ଆଉ ପ୍ରଧାନମନ୍ତ୍ରୀ ମୋଦି ସୀମାରେ ଭିତ୍ତିଭୂମିକୁ ଅଧିକ ସୁଦୃଢ କରୁଛନ୍ତି ।


