Wednesday, July 29, 2026
Home ଜାତୀୟ ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ସାଂସଦ ଗୁରୁଦାସ ଦାସଗୁପ୍ତାଙ୍କ ପରଲୋକ

ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ସାଂସଦ ଗୁରୁଦାସ ଦାସଗୁପ୍ତାଙ୍କ ପରଲୋକ

18
Representational picture
File Image : ଗୁରୁଦାସ ଦାସଗୁପ୍ତା

କୋଲକାତା : ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଗୁରୁଦାସ ଦାସଗୁପ୍ତାଙ୍କ ଆଜି ସକାଳେ କୋଲକାତାରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି କିଡନି ରୋଗରେ ପୀଡ଼ିତ ଥିଲେ। ଦେଶର ଜଣାଶୁଣା ବାମପନ୍ଥୀ ନେତା ଭାବେ ଜଣାଶୁଣା ଗୁରୁଦାସ ଦାସଗୁପ୍ତା ୧୯୩୬ ମସିହା ନଭେମ୍ବର ୩ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ୩ଥର ରାଜ୍ୟସଭା ଓ ୨ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୮୫ରେ ପ୍ରଥମ ଥର ରାଜ୍ୟସଭା ସାଂସଦ ହୋଇଥିଲେ । ଏହା ପରେ ସେ ୧୯୮୮ ଏବଂ ୧୯୯୪ରେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ଥର ରାଜ୍ୟସଭା ସଦସ୍ୟ ହୋଇଥିଲେ । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

ସ୍ରୋତ- ଡିଏସ୍ଏଲ୍ଆର