Home ଆଞ୍ଚଳିକ ଆଜି ଭାରତ ଓ ଶ୍ରୀଲଙ୍କା ପ୍ରଥମ ଦିନିକିଆ

ଆଜି ଭାରତ ଓ ଶ୍ରୀଲଙ୍କା ପ୍ରଥମ ଦିନିକିଆ

20

୧୮/୦୭/୨୧ (ଜିଲ୍ଲା ଖବର) : ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌। ଶ୍ରୀଲଙ୍କାର ଆର୍‌ ପ୍ରେମାଦାସା ଷ୍ଟାଡିୟମରେ ଦିନ ୩ଟାରେ ଏହି ମ୍ୟାଚ୍ ଖେଳାଯିବ । ଶିଖର ଧାୱନଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ଦଳରେ ବହୁ ଯୁବ ଖେଳାଳିଙ୍କୁ ସାମିଲ କରାଯାଇଛି। ତେଣୁ ଆଜି ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଦଳ।

 ଓ୍ବିକେଟ୍ କିପର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମ୍‌ସନ୍ ଏହି ମ୍ୟାଚ୍‌ରେ ଡେବ୍ୟୁ କରିପାରନ୍ତି । ସଞ୍ଜୁ ସାମ୍‌ସନ୍ ଟି-୨୦ ଇଣ୍ଟରନେସନାଲ ଖେଳି ସାରିଥିବା ବେଳେ ଦିନିକିଆ ମ୍ୟାଚ୍‌ରେ ଡେବ୍ୟୁ କରିବେ ।

ସେପଟେ ଜବରଦସ୍ତ ଫର୍ମରେ ଅଛନ୍ତି କ୍ୟାପ୍‌ଟେନ୍ ଶିଖର ଧାଓ୍ବନ । ଶିଖର ଧାଓ୍ବନଙ୍କ ସହ ପୃଥ୍ବୀ ସ’ ଓପନିଂ କରିପାରନ୍ତି । ଓପନିଂ କରିବା ପାଇଁ ଟିମ୍ ଇଣ୍ଡିଆ ପାଖରେ ଦେବଦତ୍ତ ପଡିକଲ, ଋତୁରାଜ ଗାୟକଓ୍ବାଡ ଓ ନୀତିଶ ରାଣାଙ୍କ ପରି ବିକଳ୍ପ ରହିଛନ୍ତି । କିନ୍ତୁ ଧାଓ୍ବନଙ୍କ ସହ ଓପନିଂ କରିବା ପାଇଁ ପୃଥ୍ବୀ ସଙ୍କୁ କୋଚ୍ ରାହୁଲ ଦ୍ରାବିଡ୍ ସୁଯୋଗ ଦେଇପାରନ୍ତି ।

 ସେହିପରି ସୂର୍ଯ୍ୟକୁମାର ଯାଦବ ତିନି ନମ୍ବରରେ ଖେଳିବା ଏକ ପ୍ରକାର ନିଶ୍ଚିତ । ୪ ନମ୍ବରରେ ସଞ୍ଜୁ ସାମ୍‌ସନ୍‌ଙ୍କୁ ସୁଯୋଗ ମିଳିପାରେ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅଦ୍ୟାବଧି ମୋଟ ୬୧ଟି ଦିନିକିଆ ମ୍ୟାଚ୍‌ ଖେଳା ଯାଇଛି। ଭାରତ ୨୮ଟିରେ ବିଜୟ ଲାଭ କରିଥିବା ବେଳେ ଶ୍ରୀଲଙ୍କା ୨୭ଟି ମ୍ୟାଚ୍‌ ଜିତିଛି। ୬ଟି ମ୍ୟାଚ୍‌ର ଫଳାପଳ ମିଳିପାରି ନାହିଁ।