
ପୁରୀ,୧୮/୦୭/୨୧ (ଜିଲ୍ଲା ଖବର) : ଆସନ୍ତା 19 ତାରିଖ ରାତିରୁ 22 ତାରିଖ ସକାଳ ପର୍ଯ୍ୟନ୍ତ ପୁରୀ ସହରରେ 144 ଧାରା ଜାରି କରାଯିବ। ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲ, ଧର୍ମଶାଳା, ଗେଷ୍ଟ ହାଉସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।
ଜିଲ୍ଲା ମଧ୍ୟକୁ ଥିବା ସମସ୍ତ ୮ଟି ପ୍ରବେଶ ପଥ ଏହି ସମୟ ମଧ୍ୟରେ ସିଲ୍ କରାଯିବ । କେବଳ ବିଦ୍ୟୁତ ଓ ଜଳ ଯୋଗାଣ, ଟେଲିକମ, ପୋଲିସ ଓ ସୁରକ୍ଷା ପ୍ରଦାନ ସଂକ୍ରାନ୍ତୀୟ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ଏଥିନିମନ୍ତେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ସେପଟେ ବାହୁଡାଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ନିର୍ଦ୍ଧାରିତ ସମୟ ଅନୁଯାୟୀ ସମସ୍ତ ନୀତିକାନ୍ତି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବାହୁଡାଯାତ୍ରା ପୂର୍ବରୁ ସୋମବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଠାରେ ସେନାପଟା ଲାଗି କରାଯିବା ସହ କୋଠସୁଆଁସିଆ ସେବାୟତ ମାନେ ପହଣ୍ଡି ପାଇଁ ଆଡପମଣ୍ଡପରେ ଚାରମାଳ ବାନ୍ଧିବେ।



