
କୁକୁଡାଖଣ୍ଡି, ୧୭/୮(ଇ.ରଞ୍ଜନ) : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ହୁଗୁଳାପଟା ଗ୍ରାମରେ ବାପା,ପୁଅଙ୍କ ଆତଙ୍କରାଜରେ ଜଣେ ଗୁୁରୁତର। ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ହୁଗୁଳାପଟା ଗ୍ରାମରେ ମଙ୍ଗଳବାର ରାତ୍ର ସଂଘବଧ ଭାବେ ଜଣେ ଯୁବକକୁ ଆକ୍ରମଣ କରିବା ଫଳରେ ସଦରଥାନା ପୁଲିସ ଜଣକୁ ଗିରଫ କରି କୋଟ ଚାଲାଣ କରିଛି । ଗିରଫ ଜଣକ ହେଲେ ସୂଯ୍ୟନାରାୟଣ ଗୌଡ । ଘଟଣାରୁ ପ୍ରକାଶ ଯେ ହୁଗୁଳାପଟା ଗ୍ରାମର ରିଙ୍କୁ ମହାରଣା ରାତ୍ର ସମୟରେ ଘର ନିକଟସ୍ଥ ଏକ ପାନ ଦୋକାନକୁ ପାନ ଖାଇବାକୁ ଯାଉଥିବା ବେଳେ ଉକ୍ତ ଗ୍ରାମର ସୂଯ୍ୟନାରାୟଣ ଗୌଡ ରିଙ୍କୁକୁ ଗାଳିଗୁଲଜ କରିଥିଲେ । ପରେ ସୂଯ୍ୟଙ୍କ ବାପା ଭାଇ ଆସି ପାଠାଗାର ନିର୍ମାଣ କାମ ବନ୍ଦ କରି ନହେଲେ ଟକାଂ ଦେବୁ କହି ଗାଳିଗୁଲଜ ସହ ହକି ଷ୍ଟିକରେ ମାଡ ମାରିଥିଲେ ।ଏହାକୁ ପୂଣ୍ନକଂ ମାଁଂ ପ୍ରତିରୋଧ କରିବାରୁ ତାକୁଂ ମଧ୍ୟ ମାଡ ମରାଯାଇଥିବା ନେଇ ପୂଣ୍ନ ସଦରଥାନାରେ ଅଭିଯୋଗ କରିଥିଲେ । ଆକ୍ରମଣରେ ପୁର୍ଣ ଗୁରୁତର ହୋଇ ବ୍ରହ୍ମପୁର ବଡ ଡାକ୍ତରଖାାନାରେ ଚିକିସ୍ଛଚିତ ହେଉଥିବା ଜଣାପଡିଛି।ନିମଖଣ୍ଡି ଫାଣ୍ଡି ପୋଲିସ ଘଟଣାର ତଦନ୍ତକରି ସୂଯ୍ୟନାରୟଣ ଗୌଡକୁଂ ଗିରଫ କରିକୋଟ ଚାଲାଣ କରିଥିବା ବେଳେ ଅନ୍ୟ ମାନେ ଫେରାରଥିବା ସୂଚନା ଦେଇଛନ୍ତି ନିମଖଣ୍ଡି ଫାଣ୍ଡି ଅଧିକାରୀ ପ୍ରଫୁଲ ଶତପଥୀ ।ଏନେଇ ସଦରଥାନା ରେ ୨୦୨/୧୯ ରେ ଏକ ମାମଲା ରୁଜୁ ହୋଇଛି।



