
ନୂଆଦିଲ୍ଲୀ, ୧୮/୦୭/୨୧ (ଜିଲ୍ଲା ଖବର) : ଭାରତୀୟ ନୌସେନାରେ ସାମିଲ ହେଲା ମଲ୍ଟି ଟାସ୍କର ହେଲିକପ୍ଟର MH60R । ଭାରତ-ଆମେରିକା ଚୁକ୍ତି ଅନୁଯାୟୀ ଆମେରିକା ଦୁଇଟି MH 60R ହେଲିକପ୍ଟର ଭାରତର ନୌସେନାକୁ ହସ୍ତାନ୍ତର କରିଛି।
ଲକହିଡ ମାର୍ଟିନ କମ୍ପାନୀ ଦ୍ବାରା ନିର୍ମିତ ଏହି ହେଲିକପ୍ଟରର ମଲ୍ଟି ଟାସ୍କ କ୍ଷମତା ରହିଛି । ମୋଟ୍ ୨୪ଟି ହେଲିକପ୍ଟର ଭାରତ ୨୦ ବିଲିୟନ ଡଲାର ଦେଇ କିଣିବ ବୋଲି ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇସାରିଛି।
ଶୁକ୍ରବାର ସାନ ଡେଇଗୋର ନାଭାଲ ଏୟାର ଷ୍ଟେସନ ନର୍ଥ ଆୟାର୍ଲ୍ୟାଣ୍ଡରେ, ଆମେରିକା ପ୍ରଥମ ଦୁଇ ହେଲିକପ୍ଟରକୁ ଭାରତକୁ ହସ୍ତାନ୍ତର କରିଛି। ଏହି ଅବସରରେ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଜଦୂତ ତରଣଜିତ ସିଂହ ସଂଘୁ ସାମିଲ୍ ହୋଇଥିଲେ।
ଏହାକୁ ନେଇ ସଂଘୁ ଟ୍ୱିଟ୍ କରିବା ପରେ ଏହି ସୂଚନା ମିଳିଛି। ଏହି ମଲଟି ଟାସ୍କ ଭାରତୀୟ ନୌସେନାରେ ସାମିଲ୍ ହେବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବା ସହିତ ଭାରତର ପ୍ରତିରକ୍ଷା ପ୍ରଣାଳୀ ଆହୁରି ସୁଦୃଢ ହୋଇପାରିବ ବୋଲି ସେ କହିଛନ୍ତି।


