ଭାଲୁ କାବୁ କଲା ବନବିଭାଗ

6

ନୂଆପଡ଼ା, ୧୮/୦୭/୨୧ (ଜିଲ୍ଲା ଖବର) : କିଛି ଦିନ ହେଲା ନୂଆପଡ଼ା ସହର ମଝିରେ ଆତଙ୍କ ଖେଲାଉଥିବା ଭାଲୁକୁ ରାତିରେ କାବୁ କରିଛି ବନ ବିଭାଗ । ନୂଆପଡ଼ା ଜିଲ୍ଲାପାଳ ବାସଭବନରେ ଜନ୍ତା ପକାଇ ଭାଲୁ କାବୁ କରାଯାଇଛି । ଗତ କିଛି ଦିନ ହେଲା ଜିଲ୍ଲାପାଳ ବାସଭବନକୁ ଆସି ଆମ୍ବ ଖାଇବାର ଦେଖିବାକୁ ମିଳିଥିଲା।

ଠିକ୍ ସେହିପରି ସହରର ମୁଖ୍ୟ ରାସ୍ତାରେ ମଧ୍ୟ ବୁଲୁ ଥିବାର ଦେଖିବାକୁ ମିଳିଥିଲା । କିଛି ଦିନ ହେବ ସହରବାସୀ ମଧ୍ୟ ଆତଙ୍କିତ ହୋଇ ରହୁଥିଲେ । ଏହାକୁ ନେଇ ବନ ବିଭାଗକୁ ନାକେଦମ ହେବାକୁ ପଡ଼ିଥିଲା । ଶେଷରେ ବିଳମ୍ବିତ ରାତିରେ ଭାଲୁକୁ କାବୁ କରି ଜଙ୍ଗଲକୁ ଛାଡ଼ି ଦିଆଯାଇଛି।