
ନୂଆଦିଲ୍ଲୀ,୧୮/୦୭/୨୧ (ଜିଲ୍ଲା ଖବର) : ସଂସଦର ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ଦିନ ୧୧ଟାରେ ଏହି ବୈଠକ ଡକାଯାଇଛି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ବାରା ଡକାଯାଇଥିବା ଏବି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ପାରନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଲୋକସଭାର ସମସ୍ତ ମହଲା ନେତାଙ୍କ ଏକ ବୈଠକ କରିବେ ।
ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ କରି ଅଗଷ୍ଟ ୧୩ରେ ଶେଷ ହେବ । ମୋଟ ୧୯ ଦିନର କାର୍ଯ୍ୟ ଦିବସ ରଖାଯାଇଛି । କୋଭିଡର ଦ୍ଵିତୀୟ ଲହର ଆରମ୍ଭ ହେବା ପରେ ଏହା ପ୍ରଥମ ଅଧିବେଶନ ହେବ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଲୋକସଭା ବାଚସ୍ପତି ଓମ ବିର୍ଲା କୋଭିଡ -19 ସମ୍ବନ୍ଧୀୟ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।
କୋଭିଡ -19 ମହାମାରୀକୁ ଦୃଷ୍ଟିରେ ରଖି ମୌସୁମୀ ଅଧିବେଶନରେ ପ୍ରତିଷେଧକ ନିୟମ ମାନିବାକୁ ସମସ୍ତ ବ୍ୟବସ୍ଥା ପାଳନ କରାଯିବ । ଏହାସହ ଯେଉଁମାନେ କରୋନାଭାଇରସ୍ ରୋଗ ବିରୁଦ୍ଧରେ ଟୀକାକରଣ କରି ନାହାଁନ୍ତି ସେମାନଙ୍କୁ ଅଧିବେଶନ ସମୟରେ ସଂସଦ ପରିସରରେ ପ୍ରବେଶ କରିବା ପୂର୍ବରୁ RTPCR ପରୀକ୍ଷା ଦେବାକୁ ଅନୁରୋଧ କରାଯିବ ବୋଲି ଲୋକସଭା ବାଚସ୍ପତି କହିଛନ୍ତି।


