
୧୮/୦୭/୨୧ (ଜିଲ୍ଲା ଖବର) : ମହାରାଷ୍ଟ୍ରରେ ବର୍ଷା ତାଣ୍ଡବ । ଚେମ୍ବୁରର ଭରତନଗରରେ କାନ୍ଥ ଭୁଶୁଡ଼ି 11 ଜଣଙ୍କ ମୃତ୍ୟୁ। ଏବେ ବି କିଛି ଲୋକ ଫସିଥିବା ସନ୍ଦେହ। ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଭୁସ୍ଖଳନ ପରେ ଭରତନଗରରେ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।
ସୂଚନା ଅନୁସାରେ ରାତି ପ୍ରାୟ ଗୋଟାଏ ବେଳେ ଏହି ଅଘଟଣ ଘଟିଥିଲା। ଲଗାତାର ବର୍ଷା ପରେ ଗଛ ଘର ଉପରେ ପଡ଼ିବା ପରେ ଏଥିରେ ଦବିଯାଇ 7 ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଆଉ 4 ଜଣଙ୍କର ମୃତଦେହକୁ ଉଦ୍ଧାର କରାଯାଇସାରିଛି।
ସେପଟେ ମାୟାନଗରୀର ରାସ୍ତା ଓ ରେଲୱେ ଟ୍ରାକରେ ପାଣି । ମୁମ୍ବାଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଘରେ ପାଣି ପଶିଯିବାରୁ ଅସ୍ତବ୍ୟସ୍ତ ହୋଇଛି ସାଧାରଣ ଜୀବନଯାତ୍ରା ।


