Friday, November 13, 2026
Home ଆଞ୍ଚଳିକ ଧୀରେ ଧୀରେ ଖସୁଛି ସଂକ୍ରମଣ: ଗତ ୨୪ ଘଣ୍ଟାରେ ୨୨୧୫ ପଜିଟିଭ୍

ଧୀରେ ଧୀରେ ଖସୁଛି ସଂକ୍ରମଣ: ଗତ ୨୪ ଘଣ୍ଟାରେ ୨୨୧୫ ପଜିଟିଭ୍

8

ଭୁବନେଶ୍ୱର,୧୮/୦୭/୨୧ (ଜିଲ୍ଲା ଖବର) : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ଗତ ୨୪ ଘଣ୍ଟା ମଧ୍ୟରେ ୨୨୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୪୩୨୬ରେ ପହଞ୍ଚିଛି ।

ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୭୨ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୯୪୩ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ଦିନକୁ ଦିନ ଭ୍ୟାକ୍ସିନ ନେଇଥିବା ଲୋକଙ୍କ ସଂଖ୍ୟା ବି ବୃଦ୍ଧି ପାଉଛି।