Wednesday, November 11, 2026
Home ଆଞ୍ଚଳିକ ପୁଣି 66 ଜୀବନ ନେଲା କରୋନା

ପୁଣି 66 ଜୀବନ ନେଲା କରୋନା

15

ଭୁବନେଶ୍ଵର, ୧୮/୦୭/୨୧ (ଜିଲ୍ଲା ଖବର) : ରାଜ୍ୟରେ ପୁଣି 66 ଜୀବନ ନେଲା ଭାଇରସ । ଖୋର୍ଦ୍ଧାରୁ ସର୍ବାଧିକ 23 ଜଣ ମୃତକ ରହିଛନ୍ତି । ସେହିପରି ଗଞ୍ଜାମରୁ 8, ସୁନ୍ଦରଗଡ଼ରୁ 6 ଓ ବୌଦ୍ଧରୁ 5 ଜଣ ଲେଖାଏ ମୃତକ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା 5 ହଜାର 58ରେ ପହଁଚିଛି ।

 ସେପଟେ ରାଜ୍ୟରେ 24 ଘଣ୍ଟାରେ 2 ହଜାର 215 ପଜିଟିଭ । କ୍ବାରେଣ୍ଟାଇନରୁ 1 ହଜାର 272 ଜଣ ରହିଥିବା ବେଳେ ଲୋକାଲ କେସ ରହିଛି  943 । ପୁଣି ଥରେ ଖୋର୍ଦ୍ଧାରୁ ସର୍ବାଧିକ 483 ଜଣ ଓ କଟକରୁ 348 ଆକ୍ରାନ୍ତ ରହିଛନ୍ତି । ସେହିପରି ବାଲେଶ୍ବରରୁ 150, ଜଗତସିଂହପୁରରୁ 126, ଯାଜପୁରରୁ 124 ସଙ୍କ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ 21 ହଜାର 289ରେ ପହଁଚିଛି ମୋଟ ଆକ୍ଟିଭ କେସ୍ ।