
ଭଦ୍ରକ, ୧୮/୦୭/୨୧ (ଜିଲ୍ଲା ଖବର) : ଜମି ବାଡିକୁ କେନ୍ଦ୍ର କରି ତେଣ୍ଟା ମାଡ଼ରେ 2ଯୁବକ ଗୁରୁତର । ଏପରି ଘଟଣା ନାଇକାଣିଡ଼ିହି ଥାନା କାଶୀପୁର ଗାଁରେ ଘଟିଛି । ଗୁରୁତର ମାନେ ହେଲେ ସେହି ଗାଁର ରଞ୍ଜନ ବେହେରା ଓ ସମୀର ଜେନା।
ଆଜି ସକାଳେ ରଞ୍ଜନ ଓ ସମୀରଙ୍କ ଜମି ପାଖରେ ଅପର ପକ୍ଷ ମାଟି ପକାଉଥିବାବେଳେ ସେମାନଙ୍କୁ ମାଟି ପକାଇବାକୁ ବାରଣ କରିଥିଲେ ରଞ୍ଜନ ଓ ସମୀରଙ୍କ ପରିବାର ଲୋକ । ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଇଥିଲା । ଏଥିରେ ଅପର ପକ୍ଷ ଉତକ୍ଷିପ୍ତ ହେଇ ରଞ୍ଜନ ଓ ସମୀର ଙ୍କୁ ତେଣ୍ଟା ମାଡ଼ କରିଥିଲେ । ଫଳରେ ଉଭୟଙ୍କର ପ୍ରଚୁର ରକ୍ତଶ୍ରାବ ହେଇ ଗୁରୁତର ହେଇପଡିଥିଲେ ।
ପରିବାର ଲୋକ ସେମାନଙ୍କୁ ବାସୁଦେବପୁର ମେଡିକାଲକୁ ନେଇଆସିଥିଲେ । ହେଲେ ସେଏମାନଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭଦ୍ରକ ଜିଲା ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି ।



