
ନୂଆଦିଲ୍ଲୀ, ୧୮/୦୭/୨୧ (ଜିଲ୍ଲା ଖବର) : ନିଜ ସଂଘର୍ଷ ଦିନର କଥା ବଖାଣିଲେ, ସମସ୍ତଙ୍କୁ ହସେଇ ହସେଇ ବେଦମ କରୁଥିବା କମେଡି କୁଇନ ଭାରତୀ ସିଂହ । ପ୍ରକାଶ କଲେ ନିଜ ଯନ୍ତ୍ରଣାଦାୟକ କଥା । ନିକଟରେ ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ କଥାର ଖୁଲାସା କରିଛନ୍ତି ଭାରତୀ ସିଂହ ।
ପ୍ରକୃତରେ କ୍ୟାରିୟର ଆରମ୍ଭ କରିବା ସମୟରେ ଭାରତୀ ଅନେକ ଦୁଃଖ ସହିଛନ୍ତି । ନିକଟରେ ମନିଶ ପଲଙ୍କ ପୋଡକାଷ୍ଟ ଚାଟ୍ ଶୋ’ରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ କିଛି କଥା କହିଛନ୍ତି । ସେ କହିଛନ୍ତି ଯେ, କେମିତି ସେ ପ୍ରତିଦିନ ନିଜ ମା’ ଙ୍କୁ ସୁଟିଂ ସେଟକୁ ନେଇକି ଆସୁଥିଲେ । କାହିଁକି ନାଁ ,ଅନେକ ଥର ଲୋକଙ୍କ ଦ୍ବାରା କୁହାଯାଉଥିବା କଥାକୁ ସେ ବୁଝି ପାରୁ ନଥିଲେ ।
କେବଳ ଏତିକି ନୁହେଁ, ଏହା ସହିତ ତାଙ୍କ ସହ ସୁଟିଂ ସେଟରେ ଘଟିଥିବା କିଛି କଳା କାହାଣୀର ମଧ୍ୟ ସେ ଖୁଲାସା କରିଛନ୍ତି । ଅନେକ ତାଙ୍କ ଅଣ୍ଟାକୁ ସେଟରେ ଛୁଇଁ ଦେଉଥିଲେ । ତାଙ୍କୁ ମୋଟି ବୋଲି କହି ଅନେକ ତାଙ୍କୁ ଥଟ୍ଟା କରୁଥିଲେ । ଏକଥା କହି କାନ୍ଦି ପକାଇଥିଲେ ଭାରତୀ ।
ପ୍ରତେକ ମହିଳାଙ୍କୁ ଭଗବାନ ଶକ୍ତି ଦେଇଛନ୍ତି । ଯେଉଁଥିରେ ସେ ବୁଝିପାରିବେ ଯେ, ଆଗରେ ଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟ କ’ଣ ? ଏବେ ମୁଁ ଅନୁଭବ କରୁଛି ଯେ, ମୁଁ ଏକ ମୁର୍ଖ । ଯିଏ ଏସବୁ କଥା ବୁଝିପାରୁ ନଥିଲା । କିନ୍ତୁ ଆଜି ମୁଁ ନିଜକୁ କିପରି ସୁରକ୍ଷା ଦେବି ଜାଣି ସାରିଛି ବୋଲି କହିଛନ୍ତି, କମେଡି କୁଇନ ଭାରତୀ ସିଂହ ।





