
ଭୁବନେଶ୍ଵର,୧୮/୦୭/୨୧ (ଜିଲ୍ଲା ଖବର) : ଭୁବନେଶ୍ଵରରେ ଅନ୍ତଃରାଜ୍ୟ ଚୋରା ବନ୍ଧୁକ ରାକେଟର ପର୍ଦ୍ଦାଫାସ। ୫ଟି ଚୋରା ବନ୍ଧୁକ ଜବତ ହେବା ସହ ୨ ଜଣ ବେପାରୀ ଗିରଫ ହୋଇଛି। ବନ୍ଧୁକ ବେପାରୀଙ୍କୁ STF ଧରିଛି। ଜଙ୍କିଆରୁ STF ଜବତ କରିଛି ।
ବ୍ୟବସାୟୀଙ୍କ ପାଖରୁ ୫ଟି ପିସ୍ତଲ ଓ ରିଭଲଭର , SBML ବନ୍ଧୁକ ୫ ଟି ଏବଂ ୮ ରାଉଣ୍ଡ ଗୁଳି ଜବତ ହୋଇଛି । ଦୁଇ ଜଣ ଅଭିଯୁକ୍ତ ଙ୍କ ନାମରେ ବିଭିନ୍ନ ଜିଲ୍ଲାରେ ଅନେକ ଅପରାଧିକ ମାମଲା ରହିଛି ।
ଗୋଟିଏ ବର୍ଷ ଭିତରେ STF ୪୭ଟି ବନ୍ଧୁକ ଓ ୮୪ ଟି ଜୀବନ୍ତ ଗୁଳି ଜବତ କରିଛି ତେବେ ଏମାନେ ବନ୍ଧୁକ କେଉଁଠୁ ଆଣିଥିଲେ । କେଉଁ ଜାଗାକୁ ନେଉ ଥିଲେ ତାହାର ତଦନ୍ତ STF କରୁଛି ।



