
ବାଲିଗୁଡ଼ା,୧୭/୭ {ସୁକାନ୍ତ କୁମାର ତ୍ରିପାଠୀ} : ବାଲିଗୁଡା ବ୍ଲକ ବିଜେଡି ସଭାପତି ଭାବେ ଟୁନା ଦାସ ମନୋନିତ ହୋଇଛନ୍ତି |କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣ ଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ଜିଲ୍ଲାର ବାର ବ୍ଲକ ଓ ଦୁଇ ଏନଏସି ଓ ମୁନସିପାଲଟି ର ନୂଆ ବିଜେଡି ସଭାପତି ଙ୍କ ନାମ ଘୋଷଣା କରିଛନ୍ତି |ବାଲିଗୁଡା ବିଜେଡି ସଭାପତି ରୂପେ ଟୁନା ଦାସ ଙ୍କ ନାମ ଘୋଷଣା କରାଯାଇଥିବା ରୁ ବିଜେଡି କର୍ମୀ ଙ୍କ ମହଲ ରେ ଖୁସି ପ୍ରକଟ କରିବା ସହ ମାନ୍ୟବର ରାଜ୍ୟ ସଭାପତି ତଥା ମୂଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି | ବାଲିଗୁଡା ବ୍ଲକ ରେ ବିଜେଡି କୁ ଆହୁରି ମଜବୁତ କରିବା ସହ ଜନସାଧାରଣ ଙ୍କ କାର୍ଯ୍ୟ କୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନା ର ସୁଫଳ ବାଲିଗୁଡା ବ୍ଲକ ଲୋକେ ପାଇ ପାରିବେ ସେ ନେଇ କାର୍ଯ୍ୟ ଜାରୀ ରଖିବାକୁ ବିଜେଡି ବ୍ଲକ ସଭାପତି ଟୁନା ଦାସ ମତ ପ୍ରକାଶ କରିଛନ୍ତି | ନୂତନ ସଭାପତି ଚୟନ କୁ ବାଲିଗୁଡା ରେ ଲୋକନାଥ ପାଢ଼ୀ, ଅବନୀ କାନ୍ତ ନାୟକ, ସୁଜିତ କୁମାର ପାଳ, ଏମଡି ସାବେଜ଼, ବିଜେଶ୍ୱର ମଳିକ, ବରଦା ପ୍ରସାଦ ମିଶ୍ର, ଜୟନ୍ତୀ ଜେନା ପ୍ରମୁଖ ସ୍ୱାଗତ କରିଛନ୍ତି |



