Sunday, November 15, 2026
Home ଆଞ୍ଚଳିକ ମା’ଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କଲେ ଜରୀନ୍ ଖାନ୍

ମା’ଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କଲେ ଜରୀନ୍ ଖାନ୍

9

ନୂଆଦିଲ୍ଲୀ, ୧୭/୦୭/୨୧ (ଜିଲ୍ଲା ଖବର) : ହସ୍ପିଟାଲରେ ଭର୍ତ୍ତୀ ହେଲେ ଅଭିନେତ୍ରୀ ଜରୀନ୍ ଖାନଙ୍କ ମା’ । ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ପରେ, ତାଙ୍କୁ ଆଇସିୟୁରେ ରଖା ଯାଇଛି । ଇନଷ୍ଟାଗ୍ରାମ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି ଜରୀନ୍ ଖାନ୍ । ଏହା ସହିତ ସେ ତାଙ୍କର ସମସ୍ତ ଫ୍ୟାନ୍ସ ଏବଂ ଶୁଭଚିନ୍ତକ ମାନଙ୍କୁ  ତାଙ୍କ ମା’ ଜଲଦୀ ଠିକ୍ ହେବା ପାଇଁ, ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି । ଏହା ପୂର୍ବରୁ ମଇ ମାସରେ ମଧ୍ୟ ତାଙ୍କ ମା’ ହସ୍ପିଟାଲରେ ଭର୍ତ୍ତୀ ହୋଇଥିଲେ ।

ଜରୀନ ଖାନ୍ ତାଙ୍କ ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି ଯେ, ‘ ମୋ ମା’ ହସ୍ପିଟାଲରେ ଭର୍ତ୍ତୀ ହୋଇଛନ୍ତି । ଆଇସିୟୁରେ ଅଛନ୍ତି । ଦୟାକରି ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ‘ ।  ଅଭିନେତ୍ରୀଙ୍କ  ମା’ ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି ।