
ଭଦ୍ରକ,୧୭/୦୭/୨୧ (ଜିଲ୍ଲା ଖବର) : ଭଦ୍ରକରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ । ଭଦ୍ରକ ପୋଲିସ କବଜାରେ ବ୍ରାଉନସୁଗାର ମାଫିଆ । ଅଟୋରିକ୍ସା ଯୋଗେ ଜଳେଶ୍ୱରରୁ ଚାଲାଣ ହେଉଥିବାବେଳେ ଧାମରା ରେଳ ଓଭରବ୍ରିଜ ନିକଟରୁ 1 କିଲୋ 90 ଗ୍ରାମ ବ୍ରାଉନସୁଗାର ଜବତ କରିଛି ଭଦ୍ରକ ଗ୍ରାମଞ୍ଚଳ ପୋଲିସ ।
ବ୍ରାଉନସୁଗାରର ମୂଲ୍ୟ 1 କୋଟିରୁ ଅଧିକ ଟଙ୍କାର ହୋଇଥିବାବେଳେ 4 ଜଣ ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ଜଳେଶ୍ବରର ବ୍ରାଉନସୁଗାର ମାଫିଆ ଚାଚିର ଭାଇ ଓ ମୋଷ୍ଟ ୱାଣ୍ଟେଡ଼ ଏସକେ ଅସଗରର ଶ୍ବଶୁର ମଧ୍ୟ ଗିରଫ ହୋଇଛନ୍ତି । ଅଟୋ ସହ ନଗଦ 1 ଲକ୍ଷ ଟଙ୍କା ଜବତ ହୋଇଛି । ଗିରଫଙ୍କ ମଧ୍ୟରେ ଅନ୍ୟମାନେ ହେଲେ ବାଲେଶ୍ୱର ଜିଲ୍ଲା ଉଦୟପୁର ଗାଁର ମନୋଜ ଦାସ, ବରାଳପୋଖରୀ ଗାଁର କୁନିଲତା ଷଡଙ୍ଗୀ ଓ ଅଜୟ କୁମାର ଷଡଙ୍ଗୀ ।



