Sunday, November 15, 2026
Home ଆଞ୍ଚଳିକ ଦ୍ୱିତୀୟ ସନ୍ତାନର ମା’ ହେଲେ Lovey Sasan

ଦ୍ୱିତୀୟ ସନ୍ତାନର ମା’ ହେଲେ Lovey Sasan

11

ନୂଆଦିଲ୍ଲୀ, ୧୭/୦୭/୨୧ (ଜିଲ୍ଲା ଖବର) : ଦ୍ୱିତୀୟ ସନ୍ତାନର ମା’ ହେଲେ,’ସାଥ ନିଭାନା ସାଥିୟା’ ଫେମ Lovey Sasan । ଅଭିନେତ୍ରୀ ପୁଣି ଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।  ଏହା ପୂର୍ବରୁ ମଧ୍ୟ  ସେ ଏକ ପୁତ୍ର ସନ୍ତାନର ମା’ ଅଟନ୍ତି । ଘରକୁ ନୂଆ ସଦସ୍ୟ ଆସିବା ପରେ, ସେ ଓ ତାଙ୍କ ସ୍ୱାମୀ Koushik Krishnamurthy ବହୁତ୍ ଖୁସି ଅଛନ୍ତି ।

ସବୁଠାରୁ ଖାସ୍ କଥା ହେଉଛି, ଲଭୀ ତାଙ୍କ ଜନ୍ମଦିନରେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହାକୁ ନେଇ ତାଙ୍କର ଖୁସି ଦ୍ବିଗୁଣିତ ହୋଇ ଯାଇଛି । ସେ କହିଛନ୍ତି ଯେ, ଏବେ ତାଙ୍କ ଜୀବନରେ ତିନି ଜଣ ସ୍ପେଷାଲ ସଦସ୍ୟ ହେଉଛନ୍ତି, ତାଙ୍କ ସ୍ୱାମୀ ଓ ତାଙ୍କର ଦୁଇ ପୁଅ ।

ଏହା ସହିତ ଲଭୀ ଏକଥା କହିଛନ୍ତି ଯେ, ମୋର ଶାଶୁ,ଶ୍ବଶୁର ଏକ କନ୍ୟା ସନ୍ତାନ ଚାହୁଁଥିଲେ, କିନ୍ତୁ ଭାଗ୍ୟରେ ଆଉ କିଛି ଲେଖା ଥିଲା । ମୋ ଜନ୍ମଦିନରେ ମୋ ପୁଅ ଜନ୍ମ ହୋଇଛି । ଏବେ ପ୍ରତିବର୍ଷ ଘରେ ବଡ ସେଲିବ୍ରେସନ କରିବାର ଆଉ ଏକ ସୁଯୋଗ ମିଳିଗଲା ।