Wednesday, October 14, 2026
Home ଅପରାଧ ପାରିବାରିକ କଳହର : ପୁଅ ଝିଅକୁ କୂଅ ଭିତରକୁ ଠେଲି ଦେଇ ମାର ଆତ୍ମହତ୍ୟା ଉଦ୍ୟମ

ପାରିବାରିକ କଳହର : ପୁଅ ଝିଅକୁ କୂଅ ଭିତରକୁ ଠେଲି ଦେଇ ମାର ଆତ୍ମହତ୍ୟା ଉଦ୍ୟମ

24

କନ୍ଧମାଳ,୧୭/୭/୨୧ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ରାଜେଶ ପାତ୍ର ଏବଂ ସ୍ତ୍ରୀ ଭାଗ୍ୟଲଷ୍ମୀ ପାତ୍ର ଖ୍ରୀଷ୍ଟିୟାନ ସାହିରେ ବସବାସ କରୁଥିଲେ । ଦୀର୍ଘ ଦିନ ହେଲା ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା ଫଳରେ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ରାଗିଯାଇ ଅପରାହ୍ନ ଚାରିଟା ବେଳେ ପୁଅ ଏବଂ ଝିଅକୁ ଧରି ଘରୁ କୁଆଡେ ଚାଲିଯାଇଥିଲେ ।

ତେବେ ମା ଭାଗ୍ୟଲକ୍ଷ୍ମୀ ପୁଅ ଏବଂ ଝିଅକୁ ଆଲିମା ନିକଟସ୍ତ ଏକ କୂଅକୁ ଠେଲି ନିଜେ କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସୌଭାଗ୍ୟ ବଶତଃ ସ୍ଥାନୀୟ ଲୋକଙ୍କ ସହାୟତରେ ମାକୁ ଉଦ୍ଧାର କରିଥିଲେ ଏବଂ ଦମକଳ ବାହିନୀ ପହଞ୍ଚି ଉଭୟ ଛୁଆକୁ ଉଦ୍ଧାର କରିଥିଲେ ।

ତେବେ ରାଇକିଆ ଡାକ୍ତର ଖାନାରେ ଦୁଇ ଛୁଆକୁ ଡାକ୍ତର ମୃତ ଘୋଷଣ କରିଥିଲେ । ମାକୁ ଚିକିତ୍ସା ପାଇଁ ରାଇକିଆ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି l ରାଇକିଆ ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ କରୁଛି । ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।