
ବ୍ରହ୍ମପୁର,୧୭/୦୭/୨୧ (ଜିଲ୍ଲା ଖବର) : ଲୋଚାପଡା ରୋଡ ଶକ୍ତିନଗର ତୃତୀୟ ଲାଇନ ଏକ ଟେଣ୍ଟ ହାଉସରେ ଏକ ତିନି ଫୁଟର ଗୋଇ ସାପ ପଶିଯାଇ ଥିଲା | ତାରି ମଧ୍ୟରେ ବହୁତ ସାମାନ ଥିବାରୁ କେଉଁଠି ଲୁଚି ରହି ଯାଇଥିଲା |
ମାଲିକ ବୁଢା ମିଶ୍ରଙ୍କ କର୍ମଚାରୀ ମାନେ ବହୁତ ଖୋଜା ଖୋଜି କରିରିଥିଲେ କିନ୍ତୁ ତାଙ୍କ ସହିତ କିଛି ସମୟ ଲୁଚକାଳି ଖେଳ କରିଥିଲା | ସାପ
ଶେଷରେ ସେ ଅଂଚଳର ଜଣାଶୁଣା ସାମ୍ବାଦିକ ପଶୁପ୍ରେମି କୁନା ମିଶ୍ର ଙ୍କୁ ଯୋଗାଯୋଗ କରିଥିଲେ |
କୁନା ମିଶ୍ର ଆସି କୌଶଳ କ୍ରମେ ଅଧ ଘଣ୍ଟା ପରିଶ୍ରମ କରି ଶେଷରେ ଜନ୍ତୁଟିକୁ କାବୁ କରି ଏକ ଖୋଲା ସ୍ଥାନରେ ଛାଡି ଦେଇଥିଲେ | କିଛି ଦିନ ତଳେ କୁନା ଏକ ବିରଳ ଧଳା ନାଗ ସାପ କୁ ଉଦ୍ଧାର କରି ଥିଲେ |
ଏହି ଜନ୍ତୁର ମାଂସ ଖାଇଲେ ଅଣ୍ଟା ଯନ୍ତ୍ରଣା ଓ ଶ୍ୱାସ ରୋଗ ଭଲହୋଇଯାଏ | ତେଣୁକରି କିଛି ଜନ୍ତୁଟିକୁ ମାରି ଦେବାପାଇଁ ଚେଷ୍ଟା କରୁଥିଲେ ସେମାନଙ୍କ କବଳରୁ ମୁଁ ଉଦ୍ଧାର କରି ଥିଲି |







