
ଜଟଣୀ,୧୭/୦୭/୨୧ (ଜିଲ୍ଲା ଖବର) : ଟୋକିଓ ଅଲିମ୍ପିକ-୨୦୨୧ ରେ ଭାଗ ନେବା ଲାଗି ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ଖେଳାଳିଙ୍କୁ ଖୋର୍ଦ୍ଧାରୋଡ଼ ରେଳବାଇ ପକ୍ଷରୁ ଉତ୍ସାହ ପ୍ରଦାନ କରାଯାଇଛି । ଖୋର୍ଦ୍ଧାରୋଡ଼ ରେଳ ଷ୍ଟାଡ଼ିୟମ, ରେଳଷ୍ଟେସନ, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ କାର୍ଯ୍ୟାଳୟରେ ସେଲ୍ଫି ପଏଣ୍ଟ ସ୍ଥାପନ କରାଯାଇଛି। ଭାରତୀୟ ଅଲିମ୍ପିକ ଖେଳାଳିଙ୍କୁ ଉତ୍ସାହ ପ୍ରଦାନ କରିବା ସେଲ୍ଫି ପଏଣ୍ଟର ମୂଳଲକ୍ଷ୍ୟ ବୋଲି ରେଳ ପ୍ରଶାସନ ସୂଚନା ଦେଇଛି।
ସ୍ଥାନୀୟ ଡ଼ିଆରଏମ୍ ଶଶୀକାନ୍ତ ସିଂହ, ଅତିରିକ୍ତ ଡ଼ିଆରଏମ୍ କଲ୍ୟାଣ କୁମାର ପଟ୍ଟନାୟକ, ଖୋଦ୍ଧାରୋଡ଼ ରେଳ ମଣ୍ଡଳର କ୍ରୀଡ଼ା ଅଧିକାରୀ ଆନନ୍ଦ ସିଂହ ପ୍ରମୁଖ ସେଲ୍ଫି ପଏଣ୍ଟରେ ସେଲ୍ଫି ନେଇ ‘ଚିୟର ଫର୍ ଇଣ୍ଡିଆ’ ଅଭିଯାନରେ ଭାଗ ନେଇଥିଲେ। ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଖୋର୍ଦ୍ଧାରୋଡ଼, ଭୁବନେଶ୍ବର, ବ୍ରହ୍ମପୁର, କଟକ, ଭଦ୍ରକ ଏବଂ ଯାଜପୁର-କେନ୍ଦୁଝର ରୋଡ଼ ରେଳଷ୍ଟେସନରେ ‘ଚିୟର ଫର୍ ଇଣ୍ଡିଆ’ ଅଭିଯାନ କାର୍ଯ୍ୟକ୍ରମ ଅନୁସାରେ ସେଲ୍ଫି ପଏଣ୍ଟ ସ୍ଥାପନ କରାଯାଇଛି।




