
ଆସିକା, ୩୧/୧୦ (ଜ଼ିଲ୍ଲା ଖବର) : ଗଂଜାମ ଜ଼ିଲ୍ଲା ଗୁଣ୍ଠପଡା ଗ୍ରାମପଞ୍ଚାୟତ ଠାରେ ନିଯୁକ୍ତି ଶିବିର ଅନୁଷ୍ଠିତ ହୋଇସାରିଛି। ଉକ୍ତ କାର୍ୟ୍ୟକ୍ରମରେ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ, ବିଧାୟକ ମଞ୍ଜୁଳା ସ୍ବାଇଁ, ବ୍ଳକ୍ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ, ସରପଞ୍ଚ ମୋଚିଆଣି ବେହେରା,ବିଡିଓ ସତ୍ୟ ସୁନ୍ଦର ରାଉତ , ସାମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମା,କାର୍ୟ୍ୟନିର୍ବାହୀ ଅଧିକାରୀ ଜି. ଆପେନା ସମେତ ବହୁ ସାମାଜିକ କର୍ମୀ ଉପସ୍ଥିତ ଥିଲେ।

ଆଠଗୋଟି କମ୍ପାନୀ ପକ୍ଷରୁ ଆୟୋଜିତ ନିଯୁକ୍ତି ଶିବିରରେ ୪୨୫ ଜଣ ଯୁବକ ଯୁବତୀ ପ୍ରଶିକ୍ଷଣ ନିମନ୍ତେ ନାମ ପଞ୍ଜିକରଣ କରିଥିଲେ। ଉକ୍ତ କାର୍ୟ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ଯୁବ ବିଜେଡି ନେତା ସନ୍ତୋଷ କୁମାର ବେହେରା, ନାରାୟଣ ସ୍ବାଇଁ, ମୁନା ବାରିକ ସମେତ ଯୋଗାଣ ସହାୟକ ଶଙ୍କର ନାହାକ , ପିଏଜି କୋଅଡିନେଟର୍ ରତ୍ନାକର ଶୀୟ , ସ୍କିଲ୍ ଡେଭଲପମେଣ୍ଟ କୋଅଡିନେଟର୍ ମଞ୍ଜୁଳା କୁମାରୀ ସାହୁ ଓ ପ୍ରଗତି ସହାୟକ ଚକ୍ରଧର ପ୍ରଧାନ, ବିଜୁ ଯୁବ ବାହିନୀ କୋଅଡିନେଟର୍ କାହ୍ନୁ ଚରଣ ସ୍ବାଇଁ ଏବଂ ଅନ୍ୟ ପଞ୍ଚାୟତର ପିଏଜି କୋଅଡିନେଟର୍ ମାନେ ସହଯୋଗ କରିଥିଲେ।



