
୧୭/୦୭/୨୧ (ଜିଲ୍ଲା ଖବର) : ସ୍ୱାସ୍ଥ୍ୟ ପାଇଁ ଚଣା ବହୁତ ଉପକାରୀ । ଏଥିରେ ପ୍ରୋଟିନ ଭରପୁର ରହିଥାଏ । ଖାଲି ପେଟରେ ଭିଜା ହୋଇଥିବା ଚଣା ଖାଇବା ଦ୍ବାରା, ଶରୀରକୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଲାଭ ମିଳିଥାଏ । ଭିଜା ହୋଇଥିବା ଚଣାରେ, କାର୍ବୋହାଇଡ୍ରେଟ , ଭିଟାମିନ୍’, ‘ବି’ , ‘ସି’, ‘ଡି’, ପ୍ରୋଟିନ ,ଫାଇବର, କ୍ୟାଲସିୟମ, ମ୍ୟାଗ୍ନେସିୟମ ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ । ଯାହା ଶରୀରକୁ ବିଭିନ୍ନ ପ୍ରକାରର ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
-ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ଏଥିପାଇଁ ଭିଜା ହୋଇଥିବା ଚଣା ବହୁତ୍ ଲାଭଦାୟକ । ଏହା ସେବନ କରିବା ଦ୍ବାରା, ଏହା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
-ରକ୍ତହୀନତା ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ ଭିଜା ଚଣା । ଏହା ପ୍ରତିଦିନ ନିଜ ଡାଏଟରେ ସାମିଲ କରିବା ଦ୍ବାରା, ଏହା ରକ୍ତହୀନତା ସମସ୍ୟା ଦୂର କରିଥାଏ ।
-ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ଭିଜା ଚଣା ।
-ପ୍ରତିଦିନ ସକାଳେ ଖାଲି ପେଟରେ ଭିଜା ଚଣା ଖାଇବା ଦ୍ବାରା, ହୃଦୟକୁ ଏହା ସୁସ୍ଥ ରଖେ ।
-ପାଚନ ସମ୍ବନ୍ଧୀୟ କୌଣସି ସମସ୍ୟାର ସମ୍ମୁଖୀନ କରୁଥିଲେ, ଏଥିପାଇଁ ବହୁତ୍ ଉପକାରୀ ଭିଜା ଚଣା । ଏହା ଖାଇବା ଦ୍ବାରା, ଏହା ପାଚନ ତନ୍ତ୍ରକୁ ଭଲ ରଖିବାରେ ସାହାଯ୍ୟ କରେ ।


