Sunday, November 15, 2026
Home ଆଞ୍ଚଳିକ ସୁନ୍ଦର ତ୍ୱଚା ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ଫୁଡ୍

ସୁନ୍ଦର ତ୍ୱଚା ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ଫୁଡ୍

27
ML0904FTEA1

୧୭/୦୭/୨୧ (ଜିଲ୍ଲା ଖବର) : ତ୍ୱଚାକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ , ଯେ କେବଳ କେମିକାଲ ଯୁକ୍ତ ପ୍ରଡକ୍ଟ ବା କ୍ରୀମ, ଆବଶ୍ୟକ ହୋଇଥାଏ , ତାହା ନୁହେଁ ।  ତ୍ୱଚାକୁ ପ୍ରାକୃତିକ ଭାବେ ସୁସ୍ଥ ଓ ସୁନ୍ଦର କରିବା ପାଇଁ ନିଜ ଖାଦ୍ୟ-ପାନୀୟ  ଦିଗରେ ମଧ୍ୟ ବିଶେଷ ସଜାଗ ରହିବା ଉଚିତ୍ । ତେବେ ଆସନ୍ତୁ ଏମିତି କିଛି ଖାଦ୍ୟ ବିଷୟରେ ଜାଣିବା , ଯାହା ନିଜ ଡାଏଟରେ ସାମିଲ କରିବା ଦ୍ୱାରା,ଏହା ତ୍ୱଚାକୁ ସୁସ୍ଥ ଓ ସୁନ୍ଦର କରିଥାଏ  ।

-ସେଓ କେବଳ ସ୍ୱାସ୍ଥ୍ୟ  ପାଇଁ ନୁହେଁ ବରଂ ତ୍ୱଚା  ପାଇଁ ମଧ୍ୟ ବହୁତ୍ ଉପକାରୀ । ପ୍ରତିଦିନ ନିଜ ଡାଏଟରେ ସେଓ ସାମିଲ କରିବା ଉଚିତ୍ । ଏହା ସେବନ କରିବା ଦ୍ୱାରା, ତ୍ୱଚାକୁ ଚମକଦାର କରିବା ସହିତ ସୁସ୍ଥ ରଖିଥାଏ  ।

–ସ୍ୱାସ୍ଥ୍ୟ ଏବଂ ତ୍ୱଚା  ଉଭୟ ପାଇଁ ଅଖରୋଟ ବହୁତ୍ ଲାଭଦାୟକ । ଅଖରୋଟ ସେବନ କରିବା ଫଳରେ, ଏହା ତ୍ୱଚାକୁ ସମ୍ପୂର୍ଣ୍ଣ ସୁସ୍ଥ  ରଖିବା ସହିତ ସୁନ୍ଦର ମଧ୍ୟ କରିଥାଏ  । ଅଖରୋଟ ତେଲ ମଧ୍ୟ ତ୍ୱଚାରେ ବ୍ୟବହାର କରାଯାଇ ପାରିବ ।

–ତ୍ୱଚାକୁ ଚମକଦାର କରିବା ପାଇଁ ତରଭୂଜ ପ୍ରତିଦିନ ସେବନ କରିବା ଭଲ । ଏଥିରେ ଭିଟାମିନ’ଏ’, ‘ସି’ ଭରପୁର ମାତ୍ରାରେ ମିଳିଥାଏ  । ଯାହା, ତ୍ୱଚା  ପାଇଁ ବହୁତ୍ ଭଲ । ଏହା ସେବନ କରିବା ଦ୍ୱାରା , ତ୍ୱଚା ସୁସ୍ଥ ରହିବା ସହିତ ସୁନ୍ଦର ହୋଇଥାଏ ।