Saturday, November 14, 2026
Home ଆଞ୍ଚଳିକ ବଲିଉଡରେ ଡେବ୍ୟୁ କରିବେ ଫ୍ୟାଶନ୍ ଡିଜାଇନର୍ ମନୀଷ ମାଲହୋତ୍ରା

ବଲିଉଡରେ ଡେବ୍ୟୁ କରିବେ ଫ୍ୟାଶନ୍ ଡିଜାଇନର୍ ମନୀଷ ମାଲହୋତ୍ରା

9

ନୂଆଦିଲ୍ଲୀ,୧୭/୦୭/୨୧ (ଜିଲ୍ଲା ଖବର) : ଫିଲ୍ମ ନିର୍ଦ୍ଦେଶକ ହେବାର ନିଷ୍ପତି ନେଇଛନ୍ତି, ଧର୍ମା ଏବଂ ୟଶରାଜ୍ ପ୍ରଡକ୍ସନ ସହ ଦୀର୍ଘ ଦିନ ଧରି କାମ କରି ଆସୁଥିବା ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ମନିଷ ମଲହୋତ୍ରା । ସେ ଖୁବ୍ ଶୀଘ୍ର କରଣ ଜୋହରଙ୍କ ବ୍ୟାନର ଧର୍ମା ପ୍ରଡକ୍ସନ୍ସ ମାଧ୍ୟମରେ ନିର୍ଦ୍ଦେଶକ ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାକୁ ଯାଉଛନ୍ତି।

ଖବର ଅନୁଯାୟୀ, ଫିଲ୍ମର ସୁଟିଂ ଜଲଦୀ ଆରମ୍ଭ ହେବ । ଏହାକୁ ନେଇ ବେଶ ଉସ୍ବାହିତ ଅଛନ୍ତି ମନିଷ ମଲହୋତ୍ରା । ଯାହାର କାହାଣୀ ଏବଂ ସ୍କ୍ରିପ୍ଟ ମନୀଷ ମାଲହୋତ୍ରା ଲେଖିଛନ୍ତି। ମନୀଷ ଆଗରୁ ହିଁ ପୁରା ସ୍କ୍ରିପ୍ଟ ପ୍ରସ୍ତୁତ କରିସାରିଛନ୍ତି ଏବଂ ଶୀଘ୍ର ଏହାର କାଷ୍ଟିଂ ଆରମ୍ଭ କରିବେ।

୧୯୪୭ ବିଭାଜନର ପୃଷ୍ଠଭୂମି ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଏକ ସଂଗୀତ ପ୍ରେମ କାହାଣୀ। ଫିଲ୍ମର ଟାଇଟଲ୍ ଏବଂ ଏହାର କାଷ୍ଟର ନାମ ଚୂଡାନ୍ତ ହୋଇନାହିଁ କିନ୍ତୁ ଶୀଘ୍ର ଏହାର ପ୍ରକ୍ରିୟା ଆରମ୍ଭ ହେବ।ମନୀଷ ମଲହୋତ୍ରା ଭାରତର ଜଣେ ପ୍ରମୁଖ ଡିଜାଇନର୍ ଅଟନ୍ତି। ଫ୍ୟାଶନ ଇଣ୍ଡଷ୍ଟ୍ରିରେ ମନୀଷ ମଲହୋତ୍ରା ଏକ ବଡ ନାମ। ଅନେକ ବଡବଡ କଳାକାରଙ୍କ ପାଇଁ ମନିଷ ପୋଷାକ ଡିଜାଇନ କରିଛନ୍ତି ।