Home ଆଞ୍ଚଳିକ ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ଘଟଣା, ସୁରାକ ଖୋଲିବ ସାଇଣ୍ଟିଫିକ୍ ଟିମ୍‌

ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ଘଟଣା, ସୁରାକ ଖୋଲିବ ସାଇଣ୍ଟିଫିକ୍ ଟିମ୍‌

10

ଗଜପତି,୧୭/୦୭/୨୧ (ଜିଲ୍ଲା ଖବର) : ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ଘଟଣା। ସୌମ୍ୟଙ୍କ କାର୍ଯ୍ୟସ୍ଥଳକୁ ଯାଇ ତଦନ୍ତ କରିବ ପୋଲିସ । ସୁରାକ ଖୋଲିବ ସାଇଣ୍ଟିଫିକ୍ ଟିମ୍‌। ଗତକାଲି ପରିବାର ଲୋକଙ୍କ ଉପସ୍ଥିତିରେ ସୌମ୍ୟ ଯେଉଁଘରେ ଜଳି ଯାଇଥିଲେ। ତାହାର ତାଲା ଖୋଲା ଖୋଲାଯାଇଥିଲା। ଯେଉଁଥିରେ ସାଂଘାତିକ ସତ୍ୟ ସାମ୍ନାକୁ ଆସିଛି। ସେହି ଘରେ  କେଉଁଠି ବି ଲାଗିନି କଳା ଦାଗ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଜପତି ପାରଳାଖେମୁଣ୍ଡିରେ ସୌମ୍ୟଙ୍କ ସରକାରୀ କ୍ୱାର୍ଟର ଖୋଲାଯିବା ପରେ ସାମ୍ନାକୁ ଆସିଛି ଏଭଳି ସଙ୍ଗିନ ତଥ୍ୟ।

ଘରେ ସୌମ୍ୟଙ୍କ  ଛଡା ଆଉ କୌଣସି ଜିନିଷରେ ନିଆଁ ଦାଗ ଟିକେ ନଥିବାରୁ ସୌମ୍ୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର। ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ, ଡିଏଫଓ ଏବଂ ରୋଷେୟାଙ୍କ ନାଁରେ ରୁଜୁ ହୋଇଛି ମାମଲା। ଖୁବଶୀଘ୍ର ସେମାନଙ୍କୁ ଜେରା କରାଯିବ ବୋଲି କହିଛି ପୋଲିସ। ଏହାସହ ସାଇଣ୍ଟିଫିକ୍ ଟିମ୍ ଜବତ କରିଥିବା ଲାପଟପରୁ   କିଛି ଖିଅ ମିଳିପାରେ ବୋଲି ଆଶା ରଖିଛି ପୋଲିସ। ପାରିପାର୍ଶ୍ବିକ ପ୍ରମାଣରୁ ସୌମ୍ୟଙ୍କ ହତ୍ୟା ସନ୍ଦେହ ଘନିଭୂତ ହୋଇଛି। ପ୍ରଶ୍ନ ଉଠୁଛି,  ସୌମ୍ୟ ଜଳିଗଲେ କେମିତି ? ଦୁର୍ଘଟଣା ଦିନ ଘରେ ସୌମ୍ୟଙ୍କ ସହ ଥିଲେ ସ୍ତ୍ରୀ ବିଦ୍ୟାଭାରତୀ । ନିଆଁ ଲାଗିବା ନେଇ କେମିତି ଜାଣିପାରିଲେନି ବିଦ୍ୟା ?  ଯଦି ନିଆଁ ଲାଗିଲା ଘରେ ଅନ୍ୟସବୁ ଜିନିଷ କେମିତି ସୁରକ୍ଷିତ ଥିଲା ? ସୌମ୍ୟଙ୍କ ସରକାରୀ ବାସଭବନ ନିକଟରେ ଥିବା ସିସିଟିଭି ଯାଞ୍ଚ ହେବ ତ ?