Saturday, November 14, 2026
Home ଆଞ୍ଚଳିକ ପରୀକ୍ଷା ପାଇଁ ଗାଇଡ଼ଲାଇନ ଜାରି କଲା ୟୁଜିସି

ପରୀକ୍ଷା ପାଇଁ ଗାଇଡ଼ଲାଇନ ଜାରି କଲା ୟୁଜିସି

8

୧୭/୦୭/୨୧ (ଜିଲ୍ଲା ଖବର) : ପରୀକ୍ଷା ପାଇଁ ଗାଇଡ଼ଲାଇନ ଜାରି କଲା ୟୁଜିସି । ଅତିଶୀଘ୍ର ପ୍ରକାଶ ପାଇବ ବିଭିନ୍ନ ପରୀକ୍ଷା ଫଳ। ଏଣ୍ଟ୍ରାନ୍ସ ରେଜଲ୍ଟ  ବିଳମ୍ବ ହେଲେ ବି ଅକ୍ଟୋବର ୧ ରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ । କରୋନା କାରଣରୁ ଆଡମିଶନ ନ କଲେ ଫେରସ୍ତ ହେବ ସବୁ ଟଙ୍କା । ସେପ୍ଟେମ୍ବର ୩୦ ସୁଦ୍ଧା ସରିବ ଅଡମିସନ ପ୍ରକ୍ରିୟା ।

ଅକ୍ଟୋବର ୧ ସୁଦ୍ଧା ପିଜି ଓ ୟୁଜି ପାଠପଢ଼ା ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ୟୁଜି ଓ ପିଜି ଫାଇନାଲ ବର୍ଷ ପରୀକ୍ଷା ନେଇ ଚିନ୍ତାରେ ଥିଲେ ଛାତ୍ରଛାତ୍ରୀ । ତେବେ ଶେଷବର୍ଷ ପରୀକ୍ଷା ଜୁଲାଇରୁ ଅଗଷ୍ଟ ମାସରେ ମଧ୍ୟରେ ଅନ୍‌ଲାଇନ୍ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ୩୧ ଜୁଲାଇ ୨୦୨୨ ସୁଦ୍ଧା ସରିବ ପ୍ରଥମ ବର୍ଷ ପିଲାଙ୍କ ସେମିଷ୍ଟର। ୧ ଅଗଷ୍ଟ ୨୦୨୨ରୁ ନୂଆ ଶିକ୍ଷବର୍ଷ ଆରମ୍ଭ ହେବ।