
ନୂଆଦିଲ୍ଲୀ, ୧୭/୦୭/୨୧ (ଜିଲ୍ଲା ଖବର) : ରାଷ୍ଟ୍ରିୟ ପୁରସ୍କାର ବିଜେତା ଲେଖକ, ପେଣ୍ଟର, କାର୍ଟୁନିଷ୍ଟ , ଆନିମେଟେଡ ଫିଲ୍ମମେକର ଗୌତମ ବେନେଗଲ ଆଉ ଏ ଦୁନିଆଁରେ ନାହାଁନ୍ତି । ୫୬ ବର୍ଷିୟା ଗୌତମଙ୍କର ହୃଦଘାତରେ ଦେହାନ୍ତ ହୋଇଛି । ତାଙ୍କ ସାଙ୍ଗ Kaizaad Kotwal ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଦେହାନ୍ତ ହେବାର ସୂଚନା ଦେଇଛନ୍ତି ।
ସେ ଲେଖିଛନ୍ତି ଯେ, ‘ ମୁଁ ବହୁତ୍ ଦୁଃଖତ । ଗୌତମ ବେନେଗଲ ଆଉ ନାହାଁନ୍ତି । ଭାରତ ପାଇଁ ଏକ ବଡ ଦୁଃଖ । ଖାସକରି ତାଙ୍କର ଆର୍ଟିଷ୍ଟ ଫ୍ୟାନ୍ସଙ୍କ ପାଇଁ । ମୁଁ ଏବେବି ଏକଥା ବିଶ୍ବାସ କରି ପାରୁ ନାହିଁ ।
ଗୌତମଙ୍କ ଦେହାନ୍ତ ହେବାର ଖବର ସାମ୍ନାକୁ ଆସିବା ପରେ , ଚାରିଆଡେ ଶୋଖର ଲହରୀ ଖେଳି ଯାଇଛି । ଏହା ସହିତ, ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି ।


