
ନୂଆଦିଲ୍ଲୀ,୧୭/୦୭/୨୧ (ଜିଲ୍ଲା ଖବର) : ଦେଶରେ କିଭଳି ତୃତୀୟ ଲହର ନ ଆସିବ? ସେ ଦିଗରେ କାମ କରିବାକୁ ଟାର୍ଗେଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାରି ଭିତରେ ଆଗାମୀ ୧୦୦ ଦିନକୁ ଗୁରୁତ୍ବପୂର୍ଣ୍ଣ କହିଛନ୍ତି ନୀତି ଆୟୋଗ ସଦସ୍ୟ ଭି.କେ ପଲ । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଲଢ଼େଇ ପାଇଁ ସମସ୍ତଙ୍କ ଦେହରେ ହର୍ଡ ଇମ୍ୟୁନିଟି ହୋଇନି । ଭି.କେ ପଲଙ୍କ ଅନୁସାରେ ଭ୍ୟାକ୍ସିନ ନେଲେ ମୃତ୍ୟୁହାର ୮୨ ପ୍ରତିଶତ କମୁଛି ।
ସେହିପରି ଦ୍ୱିତୀୟ ଲହରରେ କରୋନା ଜନିତ ମୃତ୍ୟୁକୁ ୯୫ ପ୍ରତିଶତ କମାଇବାରେ ସଫଳ ହୋଇଛି । ଗୋଟିଏ ପଟେ ବିପଦ ଟଳି ନ ତିବା ବେଳେ ଦେଶରେ ମାସ୍କର ବ୍ୟବହାର କମୁଥିବାରୁ ଚିନ୍ତା ବଢ଼ୁଛି । କିନ୍ତୁ ଡିସେମ୍ବର ସୁଦ୍ଧା ୧୧୮ କୋଟି ଭ୍ୟାକ୍ସିନ ଦେବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଦ୍ବିତୀୟ ଲହରରେ ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହେଉଥିଲେ । ବର୍ତ୍ତମାନ ମୋଟ ଆକ୍ଟିଭ କେସ ସଂଖ୍ୟା ୪ ଲକ୍ଷ ୩୦ ହଜାରରେ ପହଁଚିଛି । ସେପଟେ ପଡ଼ୋଶୀ ବାଂଲାଦେଶ ଓ ମାଲେସିଆରେ ତୃତୀୟ ଲହର ଚେତାବନୀ ଜାରି କରିଛି WHO ।


