Tuesday, October 13, 2026
Home ଆଞ୍ଚଳିକ ଅବହେଳିତ ଅବସ୍ଥାରେ ଡ୍ରେନରେ ପଡ଼ିଥିଲେ ବୃଦ୍ଧ, ଉଦ୍ଧାର କଲା ସ୍ମାଇଲ ପ୍ଲିଜ ସଂଗଠନ

ଅବହେଳିତ ଅବସ୍ଥାରେ ଡ୍ରେନରେ ପଡ଼ିଥିଲେ ବୃଦ୍ଧ, ଉଦ୍ଧାର କଲା ସ୍ମାଇଲ ପ୍ଲିଜ ସଂଗଠନ

24

ପୁରୀ,୧୭/୦୭/୨୧ (ଜିଲ୍ଲା ଖବର) : ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କଲା ସ୍ମାଇଲ ପ୍ଲିଜ ସଂଗଠନ । ଅବହେଳିତ ଅବସ୍ଥାରେ ଡ୍ରେନରେ ପଡିଥିବା ବୃଦ୍ଧଙ୍କୁ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତର। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଘୋରାଡିଆ ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଘୋରାଡିଆ ଗାଁର ବନ ବିହାରୀ ନାମକ ବୃଦ୍ଧ ନିୟମିତ ଭାବେ ନିଜ ପରିବାର ଦ୍ୱାରା ନିର୍ଯ୍ୟାତିତ ହେଉଥିଲେ ।

ଏମିତି କି ପରିବାର ଲୋକେ ତାଙ୍କୁ ଡ୍ରେନରେ ଠେଲି ଦେଇଥିଲେ । ତେବେ ବୃଦ୍ଧ ଜଣକୁ ଡ୍ରେନରେ ପଡିଥିବା ବେଳେ ପୁରୀ ଜିଲ୍ଳା ସ୍ମାଇଲ ପ୍ଲିଜ ସଂଗଠନ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନିଆଯାଇଥିବା ଦେଖିବାକୁ ମିଳିଛି। ଏହାସହ ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।